fbpx

ପ୍ରତିଟି ସମୟରେ ଆପଣଙ୍କୁ ଭୋକ ଲାଗୁଥିଲେ ସାବଧାନ୍ ! ଏହା ପଛରେ ଥାଇପାରେ ବଡ଼ କାରଣ

ନୂଆଦିଲ୍ଲୀ: ଯେବେ କୌଣସି ମଣିଷକୁ ଭୋକ ଲାଗେ, ତେବେ ଶରୀର ମାଧ୍ୟମରେ ପ୍ରାକୃତିକ ସଙ୍କେତ ମିଳିଯାଏ । ଭୋକ ଲାଗିଲେ ଜଣେ ବ୍ୟକ୍ତିର ପେଟ ପଶିଯିବା, ମୁଣ୍ଡବିନ୍ଧା, ଚିଡଚିଡାବଣର ଅନୁଭବ ହୋଇଥାଏ । ହେଲେ ବି ଥରେ ଖାଇବା ପରେ, ଆପଣଙ୍କୁ ଅନେକ ଘଣ୍ଟା ପର୍ଯ୍ୟନ୍ତ ଆଉ ଭୋକ ଲାଗିନଥାଏ । କିନ୍ତୁ ଯଦି କିଛି ସମୟ ପରେ ଆପଣଙ୍କୁ ପୁଣି ଭୋକି ଅନୁଭବ ହେବା ଆରମ୍ଭ କରୁଛି, ତେବେ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ସବୁବେଳେ ଭୋକିଲା ରହିବା ଏକ ଭଲ ସଙ୍କେତ ନୁହେଁ । ଏହା ପଛରେ ଅନେକ ବଡ କାରଣ ଦାୟୀ ହୋଇପାରେ ଏବଂ ବେଳେବେଳେ ଏହା ଅତ୍ୟନ୍ତ ଗୁରୁତର ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ସବୁବେଳେ ଭୋକିଲା ଅନୁଭବ କରିବାର କାରଣ କ’ଣ ହୋଇପାରେ?
ସବୁବେଳେ ଭୋକିଲା ଅନୁଭବ କରିବା ପଛର କାରଣ…

ଅତ୍ୟଧିକ ଚାପ-
ଯେତେବେଳେ ଜଣେ ବ୍ୟକ୍ତିଙ୍କ ଶରୀରରେ ଚାପ ସ୍ତର ବଢ଼ିଯାଏ, ଏହା ହରମୋନ୍ କର୍ଟିସୋଲ୍ ବଢ଼ାଇଥାଏ । ଏହି ହରମୋନ୍ ଯୋଗୁଁ ବ୍ୟକ୍ତିର ଶରୀର ଚିନି ଏବଂ ଅଧିକ ଚର୍ବିଯୁକ୍ତ ଖାଦ୍ୟ ପାଇଁ ଇଚ୍ଛା କରେ । ଚାପ ଅଧିକ ଖାଇବାର ଆବଶ୍ୟକତାକୁ ସୃଷ୍ଟି କରେ । ଯେଉଁଥିପାଇଁ ବ୍ୟକ୍ତି ଅଧିକ ଭୋକିଲା ଅନୁଭବ କରେ ଏବଂ ସେ ତୁରନ୍ତ କିଛି ଖାଇଥାଏ । ଏପରି ପରିସ୍ଥିତିରେ ଅତ୍ୟଧିକ ଚାପରୁ ଦୂରେଇ ରୁହନ୍ତୁ ।

ଥାଇରଏଡ୍ ସମସ୍ୟା-
ଯଦି ଆପଣ ଅଧିକ ଭୋକିଲା ଅନୁଭବ କରୁଛନ୍ତି, ତେବେ ଆପଣଙ୍କୁ ଥାଇରଏଡର ସମସ୍ୟା ହୋଇପାରେ । ଯେତେବେଳେ ଥାଇରଏଡ୍ ହରମୋନ୍ ସ୍ତର ଅତ୍ୟଧିକ ଅଧିକ ହୋଇଥାଏ, ସେତେବେଳେତାହା ଶକ୍ତିକୁ ଜଳାଇଥାଏ । ଯେଉଁଥିପାଇଁ ବାରମ୍ବାର ଭୋକ ଲାଗେ । ତେଣୁ ଯଦି ଖାଇବା ପରେ ଆପଣଙ୍କୁ ବାରମ୍ବାର ଭୋକ ଲାଗୁଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

ରକ୍ତରେ ବ୍ଲଡ ସୁଗାର ଲେବଲ କମିଯିବା :-
ଲୋ’ ବ୍ଲାଡ ସୁଗାର ଲେବଲକୁ ହାଇପୋଗ୍ଲାଇସେମିଆ ମଧ୍ୟ କୁହାଯାଏ । ଏହା ଏକ ଅବସ୍ଥା, ଯେଉଁଥିରେ ଶରୀରରେ ଗ୍ଲୁକୋଜର ସ୍ତର ବହୁତ କମ୍ ହୋଇଯାଏ ଏବଂ ଏଥିରେ ଆପଣଙ୍କୁ ଭୋକ ଅନୁଭବ ହୋଇଥାଏ । ଏପରି ପରିସ୍ଥିତିରେ ଆପଣଙ୍କୁ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକିଲା ଅନୁଭବ କରିପାରନ୍ତି । ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ବାରମ୍ବାର ଭୋକିଲା ଅନୁଭବ କରନ୍ତି, ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ଆପଣଙ୍କର ବ୍ଲଡ ସୁଗାର ଲେବଲ ଟେଷ୍ଟ କରିବାକୁ ପଡିବ ।

Get real time updates directly on you device, subscribe now.