ପ୍ଲାନ୍ ୨୩୯ ରିଚାର୍ଜ କରନ୍ତୁ, ପାଆନ୍ତୁ ପ୍ରତିଦିନ ୧.୫ ଜିବି ଡାଟା
ଜିଓ ୨୩୯ ପ୍ଲାନ। ଏଥିରେ ଅନଲିମିଟେଡ୍ ଭଏସ କଲର ବ୍ୟବସ୍ଥା ରହିଛି। ଏହାଛଡ଼ା ପ୍ରତିଦିନ ୧୦୦ଟି ଏସ୍ଏମ୍ଏସ୍ ଓ ପ୍ରତିଦିନ ୧.୫ ଜିବି ହାଇ-ସ୍ପିଡ୍ ଡାଟା ମିଳିବ
ନୂଆଦିଲ୍ଲୀ: ମହଙ୍ଗା ମାଡ଼ ଭିତରେ ଗ୍ରାହକଙ୍କ ପାଇଁ ଜିଓ ଆଣିଛି ଜବରଦସ୍ତ ପ୍ଲାନ୍। ୨୩୯ ଟଙ୍କା ରିଚାର୍ଜ କଲେ ମିଳିବ ଅନ୍ ଲିମିଟେଡ୍ କଲିଂ ବ୍ୟବସ୍ଥା ସହ ପ୍ରତିଦିନ ୧.୫ ଜିବି ଡାଟା। ଯେଉଁ ଗ୍ରାହକମାନେ ଅଳ୍ପ ଟଙ୍କାରେ ଇଣ୍ଟରନେଟ୍ର ସୁବିଧା ପାଇବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ପ୍ଲାନ୍ ବହୁତ ଭଲ ହେବ ବୋଲି ଆଲୋଚନା ହେଉଛି।
ଜିଓ ୨୩୯ ପ୍ଲାନ। ଏଥିରେ ଅନଲିମିଟେଡ୍ ଭଏସ କଲର ବ୍ୟବସ୍ଥା ରହିଛି। ଏହାଛଡ଼ା ପ୍ରତିଦିନ ୧୦୦ଟି ଏସ୍ଏମ୍ଏସ୍ ଓ ପ୍ରତିଦିନ ୧.୫ ଜିବି ହାଇ-ସ୍ପିଡ୍ ଡାଟା ମିଳିବ। ଦୈନିକ ଡାଟା ସୀମା ଶେଷ ହେବା ପରେ ସ୍ପିଡ୍ ୬୪ କେବିପିଏସ୍କୁ କମିଯିବ।
ଏହି ପ୍ଲାନର ବୈଧତା ୨୨ ଦିନ ରହିଛି। ଏଥିରେ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡର ମାଗଣା ସବସ୍କ୍ରିପସନ ସାମିଲ ରହିଛି। ଆପଣ ମାଇଁ ଜିଓ ଆପ୍, ଜିଓର ଅଫିସିଆଲ୍ ୱେବସାଇଟ୍ କିମ୍ବା ଇଜି ମାଇଁ ଡିଲ୍ ଭଳି ତୃତୀୟ ପକ୍ଷ ପ୍ଲାଟଫର୍ମ ମାଧ୍ୟମରେ ବିଭିନ୍ନ ଅନଲାଇନ ଉପାୟରେ ଏହି ରିଚାର୍ଜ କରିପାରିବେ।

