fbpx

ସେପ୍ଟେମ୍ବରରେ GST କଲେକ୍ସନ ୧.୪ ଲକ୍ଷ କୋଟି: ଲଗାତାର ୭ମ ମାସ ପାଇଁ ରେକର୍ଡ ସଂଗ୍ରହ

ନୂଆଦିଲ୍ଲୀ: ମହମାରୀ ପ୍ରଭାବରୁ ବାହାରିବା ପରେ ସରକାରଙ୍କ ଆୟରେ ସ୍ଥିରତା ଦେଖିବାକୁ ମିଳିଛି । ସେପ୍ଟେମ୍ବରରେ ଲଗାତାର ୭ମ ମାସରେ ଜିଏସଟି ସଂଗ୍ରହ (GST Collection)୧.୪ ଲକ୍ଷ କୋଟି ଟଙ୍କା ପାର୍ କରିଛି । ଅର୍ଥ ମନ୍ତ୍ରାଳୟ ଆଜି ଏହାର ସୂଚନା ଦେଇଛି । ମନ୍ତ୍ରାଳୟ ଅନୂଯାୟୀ ସେପ୍ଟେମ୍ବର ମାସରେ ଜିଏସଟି କଲେକ୍ସନ ଗତ ବର୍ଷ ତୁଳନାରେ ୨୬ ପ୍ରତିଶତ ବୃଦ୍ଧି ସହ ୧.୪୭ ଲକ୍ଷ କୋଟି ଟଙ୍କା ପହଞ୍ଚିଛି । ଏହା ସହ ସେପ୍ଟେମ୍ବର  ମାସରେ ଇ-ବିଲ୍ ସଂଖ୍ୟା ୧.୧ କୋଟି ଟଙ୍କା ପାର୍ କରିଛି । ଏପ୍ରିଲରେ ହିଁ ସମୁଦାୟ ଜିଏସଟି ସଂଗ୍ରହ ୧.୬୭ ଲକ୍ଷ କୋଟି ଟଙ୍କା ରହିଛି ଯାହା ଏପର୍ଯ୍ୟନ୍ତର ରେକର୍ଡ ସ୍ତରରେ ରହିଛି ।

ଅର୍ଥ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୂଯାୟୀ ସେପ୍ଟେମ୍ବର ମାସରେ ଜିଏସଟିରୁ ଗ୍ରସ ରେଭେନ୍ୟୁ ୧,୪୭,୬୮୬ କୋଟି ଟଙ୍କା ରହିଥିଲା । ଜିଏସଟି ଲାଗୁ ହେବା ପରେ ଏହା ୭ମ ମାସ ଯେତେବେଳେ ଜିଏସଟି କଲେକ୍ସନ ୧.୪ ଲକ୍ଷ କୋଟି ଟଙ୍କା ପାର୍ କରିଛି । ଏହି କଲେକ୍ସନରେ CGST ୨୫୨୭୧ କୋଟି ଟଙ୍କା, SGST ୩୧୮୧୩ କୋଟି ଟଙ୍କା, IGST ୮୦୪୬୪ କୋଟି ଟଙ୍କା ଏବଂ CESS ୧୦୧୩୭ କୋଟି ଟଙ୍କା ରହିଥିଲା । ସେପ୍ଟେମ୍ବର ମାସରେ ସମୁଦାୟ କଲେକ୍ସନ ଗତ ବର୍ଷ ସେପ୍ଟେମ୍ବର ମାସ ତୁଳନାରେ ୨୬ ପ୍ରତିଶତ ଅଧିକ ରହିଥିଲା । ସେପ୍ଟେମ୍ବର ସମୟରେ ଗୋଟିଏ ଦିନରେ ୪୯୪୫୩ କୋଟି ଟଙ୍କା କଲେକ୍ସନ ହୋଇଛି । ଯାହାକି ଗୋଟିଏ ଦିନରେ ଦ୍ୱିତୀୟ ସବୁଠୁ ବଡ଼ କଲେକ୍ସନ ।

Get real time updates directly on you device, subscribe now.