fbpx

ହୃଦଘାତ ଜନିତ ସମସ୍ୟାକୁ ଦୂୂର କରିବ ଲାଲ୍ କଦଳୀ, ଆସନ୍ତୁ ଜାଣିବା ଏହି ସମ୍ପର୍କରେ

କିଛି ପର୍ବପର୍ବାଣୀ ହେଲେ କଦଳୀ ନିହାତି ଦରକାର ହୋଇଥାଏ । ଆମ ଦେଶ ଭାରତ ହେଉଛି କଦଳୀ ଉତ୍ପାଦନ କ୍ଷେତ୍ରରେ ଆଗୁଆ । ଏଠାରେ ପ୍ରାୟ ୪. ୫ ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଏ ଏବଂ ୩୦ରୁ ୪୦ ପ୍ରଜାତିର କଦଳୀ ଜାଷ କରାଯାଏ । ସେଥିମଧ୍ୟରୁ ଆପଣ କେବେ ଲାଲ୍ କଦଳୀ ବିଷୟରେ ଜାଣିଛନ୍ତି କି? ଏହା ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା –

ଦେଶୀ ବଜାରରେ ଏବେ ଲାଲ୍ ରଙ୍ଗର କଦଳୀ ବିକ୍ରି ଜୋର ଧରିଛି । ଏହି କଦଳୀ maharashtra ସ୍ଥିତ ଜଲଗାଓଁ, ସୋଲାପୁରରେ ଚାଷ କରାଯାଉଛି ।ଏହି କଦଳୀର ଦାମ୍ ଅନ୍ୟ କଦଳୀ ଠାରୁ ମହଙ୍ଗା ରହିଛି । ଏହାର ମୂଲ୍ୟ ୧୫୦ ଟଙ୍କାରୁ ୨୦୦ ଟଙ୍କା ମଧ୍ୟରେ ରହିଛି ।
ଏହି କଦଳୀ ନିୟମିତ ଖାଇବା ଦ୍ୱାରା କେବଳ ଶକ୍ତି ବୃଦ୍ଧି ହୁଏ ନାହିଁ ବରଂ ଏହା ଶରୀର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ ।

ଶରୀରରେ ପ୍ରତିରକ୍ଷା ପ୍ରଣାଳୀ ପାଇଁ ଲାଭଦାୟକ- ଲାଲ୍ କଦଳୀରେ ଭିଟାମିନ୍ ସି ଏବଂ ଭିଟାମିନ ବି୬ ପ୍ରଚୁର ପରିମାଣର ରହିଛି । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ସହ ବିଭିନ୍ନ ରୋଗର ମୁକାବିଲା ପାଇଁ ସାହାଯ୍ୟ କରିଥାଏ ।

ହାଡ଼କୁ ଶକ୍ତିଶାଳୀ କରିଥାଏ – ଏହାକୁ ନିୟମିତ ଖାଇବା ଦ୍ୱାରା ହାର୍ଟ ଆଟାକ, କ୍ୟାନସର ଭଳି ରୋଗରୁ ମୁକ୍ତି ମିଳିଥାଏ ।ଏଥିରେ ପ୍ରଚୁର ପରିମାଣର ପୋଟାସିୟମ ଥିବାରୁ  ଡ଼ନୀରେ ଷ୍ଟୋନ ହୋଇନଥାଏ । ଏହା ହାଡ଼କୁ ଶକ୍ତ କରିବା ସହ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।
ଓଜନ ନିୟନ୍ତ୍ରଣ – ଲାଲ୍ କଦଳୀକୁ ନିୟମିତ ଖାଇବା ଦ୍ୱାରା ଲୋକଙ୍କୁ ଦୁଇ ପ୍ରକାର Benefits  ମିଳିଥାଏ । ଏହା କେବଳ ଓଜନ ବୃଦ୍ଧିରେ ନୁହେଁ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ମଧ୍ୟ ପେଟରେ ଚର୍ବି ହୋଇନଥାଏ ।

Get real time updates directly on you device, subscribe now.