fbpx

‘ବାହାଘର ପୂର୍ବରୁ ସେକ୍ସକୁ ମନା କରିବା ପ୍ରକୃତ ପ୍ରେମ ସଙ୍କେତ’: ପୋପଙ୍କ ଏହି ବୟାନକୁ ନେଇ ପୁଣି ହଙ୍ଗାମା

ଭାଟିକାନ୍: ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଖ୍ରୀଷ୍ଟିଆନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କୁ ଭେଟିଥିଲେ ନବୀନ ପଟ୍ଟନାୟକ । ଭାଟିକାନ୍ ସିଟିରେ ଖ୍ରୀଷ୍ଟ ଧର୍ମଗୁରୁ ପୋପଙ୍କୁ ଭେଟିବାର ଫଟୋ ସାମ୍ନାକୁ ଆସିଛି । ପୋପ୍ ନିଜର ବୟାନ ଯୋଗୁଁ ବୟାନ ଯୋଗୁଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ୮୫ ବର୍ଷୀୟ ପୋପ୍ ପୁଣିଥରେ ଏକ ବୟାନ୍ ଦେଇଛନ୍ତି, ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପୋପ୍ ଫ୍ରାନ୍ସିସ୍ କହିଛନ୍ତି ଯେ, ‘ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ପ୍ରକୃତ ପ୍ରେମର ସଙ୍କେତ ଅଟେ । ଶୁଦ୍ଧତା ପବିତ୍ର ପ୍ରେମ କରିବାକୁ ଶିଖାଏ ।’ ତେବେ ୧୩୨ କୋଟି ୨୯ ଲକ୍ଷ କ୍ୟାଥୋଲିକଙ୍କ ଧର୍ମଗୁରୁ ହେଉଛନ୍ତି ପୋପ୍ ଫ୍ରାନସିସ୍ । ଦେଶର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ପୋପ୍ । ତାଙ୍କରି ନିର୍ଦ୍ଦେଶରେ ତିଆରି ହୁଏ ଖ୍ରୀଷ୍ଟିଆନଙ୍କ ଧର୍ମୀୟ ନୀତି ନିୟମ ।

ବିବାହ ପୂର୍ବରୁ ଯୌନ ସମ୍ପର୍କଠାରୁ ଦୂରେଇ ରହିବା ଏକ ଉତ୍ତମ ନିଷ୍ପତ୍ତି ବୋଲି ପୋପ୍ କହିଛନ୍ତି । ବିବାହ ପର୍ଯ୍ୟନ୍ତ ଯୌନ ସମ୍ପର୍କ ରଖିବାକୁ ମନା କରିବା ଏହି ପବିତ୍ର ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ଏକ ଆଦର୍ଶ ଉପାୟ । ଯୌନ ଉତ୍ତେଜନା କିମ୍ବା ଚାପ ଯୋଗୁଁ ଆଜିର ସମ୍ପର୍କ ଶୀଘ୍ର ଭାଙ୍ଗିଯାଏ ବୋଲି ପୋପ୍ ଫ୍ରାନ୍ସିସ୍ ଦାବି କରିଛନ୍ତି ।

ଜନସଂଖ୍ୟା ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ପାଶ୍ଚାତ୍ୟ ଦେଶରେ ଅଧିକ ସନ୍ତାନ ପ୍ରସବ କରିବାକୁ ଲୋକଙ୍କୁ କହିବା ସମୟରେ ପୋପ୍ ଫ୍ରାନ୍ସିସ୍ ସେକ୍ସ ଉପରେ ନିଜର ମନ୍ତବ୍ୟ ଦେଇଥିଲେ । ଭାଟିକାନ୍ ସିଟିରେ ପିତାମାତା ବିଷୟରେ ଏକ ବିବୃତ୍ତିରେ ପୋପ୍ ଲୋକଙ୍କୁ ସନ୍ତାନ ପ୍ରସବ କରିବାରେ ଭୟ ନକରିବାକୁ ଅନୁରୋଧ କରିଥିଲେ । ପୋପ୍ କହିଛନ୍ତି ଯେ, ସନ୍ତାନ ଜନ୍ମ କରିବା ସର୍ବଦା ଏକ ବିପଜ୍ଜନକ କିନ୍ତୁ ସନ୍ତାନ ଜନ୍ମ ନକରିବା ଏହାଠାରୁ ଅଧିକ ବିପଦ ।

Get real time updates directly on you device, subscribe now.