fbpx

ବଢିଗଲା ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଆୟ, ମୁନାଫା ୫୦୦୦ କୋଟିରୁ ଅଧିକ

ନୂଆଦିଲ୍ଲୀ : ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଅକ୍ଟୋବର-ଡିସେମ୍ବର ତ୍ରୈମାସିକର ରିପୋର୍ଟ ଜାରି କରିଛି। ଏହି ଅବଧିରେ କମ୍ପାନୀର ଶୁଦ୍ଧ ଲାଭ ୩୭.୯ ପ୍ରତିଶତ ବଢି ୨୦,୫୩୯ କୋଟି ଟଙ୍କା ରହିଛି। ଏହି ସମୟରେ କମ୍ପାନୀର ଆୟ ୫୨.୨ ପ୍ରତିଶତରୁ ବଢି ୨.୦୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଏହାର ପୂର୍ବ ୨୦୨୧ ଜୁଲାଇ-ସେପ୍ଟେମ୍ବରରେ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଲାଭ ୧୫,୪୭୯ କୋଟି ଟଙ୍କା ଥିବା ବେଳେ ଆୟ ୧.୯୧ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୦-୨୧ ଏହାର ପୂର୍ବ ତ୍ରୈମାସିକରେ କମ୍ପାନୀ ୧୪,୮୯୪ କୋଟି ଟଙ୍କାର ମୁନାଫା କରିଥିବା ବେଳେ ଏହାର ଆୟ ୧.୨୩ ଲକ୍ଷ କୋଟି ଟଙ୍କା ଥିଲା।

ଜିଓ, ରିଟେଲ୍ ଦେଲା ବଡ ଲାଭ
ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ରିଟେଲ୍ ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଏ ପର୍ଯ୍ୟନ୍ତ ସବୁଠୁ ଭଲ ପ୍ରଦର୍ଶନ କରିଛି। ରିଲାଏନ୍ସ ନିଜର ଡିଜିଟାଲ ସେବା କାରବାର ଜିଓ ପ୍ଲାଟଫର୍ମ ଲିମିଟେଡ୍ ଜରିଆରେ କରୁଛି। ଜିଓ ପ୍ଲାଟଫର୍ମର ବାର୍ଷିକ ଶୁଦ୍ଧ ଲାଭ ୮.୯ ପ୍ରତିଶତ ବୃଦ୍ଧି ସହ ୩,୭୯୫ କୋଟି ଟଙ୍କା ରହିଛି। ଅନ୍ୟପଟେ ରିଲାଏନ୍ସ ରିଟେଲ୍ର ଲାଭ ୨୩.୪ ପ୍ରତିଶତ ବଢି ୨୨୫୯ କୋଟି ହୋଇଛି।

Get real time updates directly on you device, subscribe now.