JIO ୟୁଜର୍ସ ଧ୍ୟାନ ଦିଅନ୍ତୁ, ଆପଣଙ୍କ କଲ୍ ଅନ୍ୟ କେହି ଶୁଣୁ ନାହାଁନ୍ତି ତ? ଏମିତି କରନ୍ତୁ ଚେକ୍
ଆପଣଙ୍କ କଲ୍ ଅନ୍ୟ କେହି ଶୁଣୁ ନାହାଁନ୍ତି ତ? ଏମିତି କରନ୍ତୁ ଚେକ୍
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଉପଭୋକ୍ତାମାନଙ୍କ ପ୍ରାଇବେସିକୁ ଧ୍ୟାନରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଉପଯୋଗୀ ଫିଚର୍ସ ଲଞ୍ଚ କରିଛି । ଗ୍ରାହକମାନେ ଏବେ MyJio ଆପ ମାଧ୍ୟମରେ ସିଧାସଳଖ କଲ୍ ଫରୱାର୍ଡିଂ ସେଟିଂସ ଚେକ୍ ଏବଂ ମ୍ୟାନେଜ୍ କରିପାରିବେ। ପୂର୍ବରୁ, ଉପଭୋକ୍ତାମାନଙ୍କୁ ସେମାନଙ୍କ ଫୋନର ଡିଫଲ୍ଟ ସେଟିଂସ କିମ୍ବା USSD କୋଡ ଉପରେ ନିର୍ଭର କରିବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ଏହି ଫିଟର୍ସ ଆପ୍ ମଧ୍ୟରେ ଉପଲବ୍ଧ। କମ୍ପାନୀ କହିଛି ଯେ ଏହି ଫିଚର୍ସ ବ୍ୟବହାରକାରୀଙ୍କ ଗୋପନୀୟତାକୁ ବା ପ୍ରାଇଭେସିକୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟ ରଖିଛି, ଯାହା ନିଶ୍ଚିତ କରିବ ଯେ କଲ୍ ସେମାନଙ୍କ ଅନୁମତି ବିନା ଫରୱାର୍ଡ କରାଯିବ ନାହିଁ।
କଲ୍ ଫରୱାର୍ଡିଂ ଦ୍ବାରା ପ୍ରାଇଭେସି ଉପରେ କଣ ବିପଦ ସୃଷ୍ଟି କରିପାରେ?
ଲୋକମାନେ ପ୍ରାୟତଃ ଚିନ୍ତା କରନ୍ତି ଯେ ସେମାନଙ୍କର କଲ୍ ଅନ୍ୟ ନମ୍ବରକୁ ଫରୱାର୍ଡ କରାଯାଉଛି। କଲ୍ ଫରୱାର୍ଡିଂ ଏକ ଉପଯୋଗୀ ବୈଶିଷ୍ଟ୍ୟ ଯାହା ଆପଣଙ୍କ ଫୋନ୍ ବନ୍ଦ ଥିବାବେଳେ କିମ୍ବା କୌଣସି ନେଟୱାର୍କ ନଥିବା ସମୟରେ ବ୍ୟବହାର କରାଯାଇପାରିବ। ତଥାପି, ଯଦି କେହି ଆପଣଙ୍କ ନମ୍ବରରେ ‘Always Forward’ କିମ୍ବା ଅନ୍ୟ ଫରୱାର୍ଡିଂ ସେବା ଆକ୍ଟିଭ କରିଛନ୍ତି, ତେବେ ଆପଣଙ୍କର ଇନକମିଂ କଲ୍ ଅନ୍ୟ ନମ୍ବରକୁ ରୁଟ୍ କରାଯାଇପାରିବ। ଏହା ଆପଣଙ୍କ ବ୍ୟକ୍ତିଗତ ସୂଚନା ଲିକ୍ ହେବାର ଆଶଙ୍କା ବୃଦ୍ଧି କରେ। ଏହି ବିପଦକୁ କମ କରିବା ପାଇଁ, Jio MyJio ଆପରେ ଏହି ନୂତନ ଅପ୍ସନ ଯୋଡିଛି। ଏବେ, ଉପଭୋକ୍ତାମାନେ କିଛି ସରଳ ଷ୍ଟେପ୍ସରେ କଲ୍ ଫରୱାର୍ଡିଂ ଚାଲୁ ଅଛି କି ନାହିଁ ତାହା ଯାଞ୍ଚ କରିପାରିବେ।
ଏହି Jio ବୈଶିଷ୍ଟ୍ୟ ଅନ୍ୟ ଟେଲିକମ୍ ଅପରେଟରମାନଙ୍କ ଠାରୁ କିପରି ଭିନ୍ନ?
ଏପର୍ଯ୍ୟନ୍ତ, Bharti Airtel, BSNL, ଏବଂ ଭୋଡାଫୋନ୍ ଆଇଡିଆ (Vi) ପରି ଟେଲିକମ୍ କମ୍ପାନୀଗୁଡ଼ିକ କଲ୍ ଫରୱାର୍ଡିଂ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କର ଗ୍ରାହକମାନଙ୍କୁ ଫୋନ୍ ସେଟିଂସ୍ କିମ୍ବା ନିର୍ଦ୍ଦିଷ୍ଟ କୋଡ୍ ପ୍ରଦାନ କରୁଥିଲେ, କିନ୍ତୁ Jio ଏହାକୁ ଆହୁରି ସହଜ କରିଦେଇଛି। ଏବେ, ଉପଭୋକ୍ତାମାନଙ୍କୁ କୌଣସି ପୃଥକ କୋଡ୍ ମନେ ରଖିବାକୁ ପଡିବ ନାହିଁ। ସମସ୍ତ ସୂଚନା ଏକ ସ୍ପଷ୍ଟ ଏବଂ ସରଳ ଇଣ୍ଟରଫେସରେ ଆପ୍ ମଧ୍ୟରେ ଉପଲବ୍ଧ ହେବ। ଏହା ବିଶେଷ ଭାବରେ ସେମାନଙ୍କୁ ଲାଭଦାୟକ ହେବ ଯେଉଁମାନେ ଟେକ୍ନିକାଲ କ୍ଷେତ୍ରରେ ଏତେ ଏକ୍ସପର୍ଟ ନୁହଁନ୍ତି ଏବଂ ଏକ ସହଜ ଉପାୟ ଚାହାଁନ୍ତି।
MyJio ଆପ୍ ବ୍ୟବହାର କରି କଲ୍ ଫରୱାର୍ଡିଂକୁ କିପରି ଯାଞ୍ଚ ଏବଂ ବନ୍ଦ କରିବେ?
ଯଦି ଆପଣ ଏହି ବୈଶିଷ୍ଟ୍ୟର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ପ୍ରଥମେ ଆପଣଙ୍କ ସ୍ମାର୍ଟଫୋନରେ MyJio ଆପ୍ ଖୋଲନ୍ତୁ। ତାପରେ, ସ୍କ୍ରିନର ଉପର ଡାହାଣ ପାର୍ଶ୍ୱରେ ଥିବା ପ୍ରୋଫାଇଲ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ। ତାପରେ, ‘Mobile Settings ବିକଳ୍ପକୁ ଯାଆନ୍ତୁ ଏବଂ Call Forwarding’ ବିଭାଗ ଖୋଲନ୍ତୁ। ତାପରେ ଆପଣ Call Forwarding’ ବିକଳ୍ପ ଦେଖିବେ। ଏଠାରୁ, ଆପଣ ଆପଣଙ୍କର ଭଏସ୍ କିମ୍ବା ଭିଡିଓ କଲ୍ ପାଇଁ ସେଟିଂସ ଚୟନ କରିପାରିବେ ଏବଂ ଫରୱାର୍ଡିଂ ଅନ୍ ଅଛି କି ନାହିଁ ଯାଞ୍ଚ କରିପାରିବେ। ଯଦି ଏହା ଅନ୍ ଅଛି, ତେବେ ଆପଣ ଏହାକୁ ଶୀଘ୍ର ବନ୍ଦ କରିପାରିବେ। ରିଲାଏନ୍ସ ଜିଓ ଏହାର ଉପଭୋକ୍ତାମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ କଥାବାର୍ତ୍ତାକୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ରଖିବା ପାଇଁ ଏକ ସହଜ ଏବଂ ସୁରକ୍ଷିତ ଉପାୟ ପ୍ରଦାନ କରିଛି।
