fbpx

କରୋନା ସାଇବର୍ ଅପରାଧ: ଅନଲାଇନରେ ମିଳୁଛି ନକଲି ରେମଡେସିଭର୍ ଇଞ୍ଜେକସନ୍, ଭୁଲରେ ବି କିଣନ୍ତୁ ନାହିଁ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : ଯଦି ଆପଣ ମାନେ କରୋନା ରୋଗୀଙ୍କ ପାଇଁ ଅନଲାଇନ୍ ରେ ରେମଡେସିଭର୍ ଇଞ୍ଜେକସନ୍ ଆଣୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ବର୍ତ୍ତମାନ ସମୟରେ ରେମଡେସିଭର୍ ର ଚାହିଦା ଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଅନଲାଇନ୍ ରେ ନକଲି ରେମଡେସିଭର୍ ଇଞ୍ଜେକସନ୍ ବିକ୍ରି କରୁଛନ୍ତି । ତେଣୁ ଅନଲାଇନ୍ ରେ ଉପଲବ୍ଧ ହେଉଥିବା ରେମଡେସିଭର୍ ଇଞ୍ଜେକସନ୍ ସମ୍ପୂର୍ଣ୍ଣ ରୁପରେ ନକଲି ହେବାର ସମ୍ଭାବନା ରହିଛି । ଆଜିକା ସମୟରେ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ଇଞ୍ଜେକସନ୍, ଅକ୍ସିଜେନ ସିଲିଣ୍ଡର୍ ଅନ୍ୟାନ୍ୟ ଚିକିତ୍ସା ଉପକରଣର ଚାହିଦା ବୃଦ୍ଧି ପାଇଛି । ତେବେ ସରକାର ରେମଡେସିଭର୍ ଇଞ୍ଜେକସନ୍ ଯୋଗାଣର ସବୁ କାମ ନିଜ ହାତକୁ ନେଇଛନ୍ତି । ତେଣୁ ଏହାର କଳାବଜାରୀ ହେବାର ଆଶଙ୍କା ଅଧିକ ରହିପାରେ ବୋଲି ସାଇବର୍ ବିଶେଷଜ୍ଞ ମାନେ କହିଛନ୍ତି ।

ରିସର୍ଚ୍ଚ ଅନୁସାରେ, ସଂକ୍ରମଣ ହାର ପିକ୍ ରେ ରହୁଥିବା ବେଳେ ରେମଡେସିଭର୍ ଇଞ୍ଜେକସନ୍ , ଅକ୍ସିଜେନ ସିଲିଣ୍ଡର୍, ଅକ୍ସିମିଟର୍, ଅକ୍ସିଜେନ୍ ଫ୍ଲୋମିଟର୍ ଆଦିର ଆବଶ୍ୟକତା ବଢ଼ିଯାଇଛି । ଏହି ସମୟରେ ଏହି ସବୁ ଚିକିତ୍ସାଗତ ଉପକରଣ ବିକ୍ରି ନାମରେ ପ୍ରତି ଦିନ ୧୦ ହଜାରରୁ ଅଧିକ ଲୋକ ଠକାମୀର ଶିକାର ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସାଇବର୍ ବିଶେଷଜ୍ଞ ତଥା ଫ୍ୟୁଚର୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ଫାଉଣ୍ଡର କନିଷ୍କ ଗୌଡା କହିଛନ୍ତି ଯେ, କରୋନାରେ ଶିକାର ହେଉଥିା ରୋଗୀଙ୍କ ପରିବାରକୁ ଏବେ ଏହି ସାଇବର୍ କ୍ରିମିନାଲ୍ ମାନେ ଟାର୍ଗେଟ କରୁଚନ୍ତି । ଆକ୍ରାନ୍ତ ମାନେ ଚିକିତ୍ସା ପାଇଁ ବିଭିନ୍ନ ପ୍ରକାରର ଔଷଧ, ଉପକରଣ ଆଦିର ଆବଶ୍ୟକତା କରୁଥିବା ବେଳେ ଏହି ଅପରାଧୀ ମାନେ ତାର ପୁରା ଫାଇଦା ଉଠାଉଛନ୍ତି । ସେ କହିଛନ୍ତି ଯେ, ରେମଡେସିଭର୍ ଇଞ୍ଜେକସନ୍ ଅନଲାଇନ୍ ରେ ବିଲକୁଲ୍ ବି କିଣିବା କଥା ନୁହେଁ । କାରଣ ଏପରି ବିକ୍ରି କରିବା ବାହାନାରେ ଯେତେବେଳେ ଲୋକ ମାନେ ପେମେଣ୍ଟ କରନ୍ତି ସେତେବେଳେ ସାଇବର୍ ଅପରାଧି ମାନେ ଆକାଉଣ୍ଟକୁ ହ୍ୟାକ୍ କରି ଟଙ୍କା ଲୁଟି ନିଅନ୍ତି । ଆଉ ଔଷଧ ବି ମିଳୁନାହିଁ । ଟଙ୍କା କଟିବା ମାତ୍ରେ ସେମାନଙ୍କ ଫୋନ୍ ବି ଆଉ ଲାଗେନି । ଆଉ ଯଦି ବି ଇଞ୍ଜେକସନ୍ ସପ୍ଲାଏ ହେଉଛି ତେବେ ତାହା ନକଲି ।

କନିଷ୍କ ଗୌଡା ଆହୁରି ମଧ୍ୟ କହିଛନ୍ତି ଯେ, ରେମଡେସିଭର୍ ଇଞ୍ଜେକସନ୍ ଯୋଗାଣର ପୁରା ଦାୟିତ୍ୱ ସରକାର ବୁଝୁଛନ୍ତି । ଏହାର ଦାୟିତ୍ୱ ସେ ଜିଲ୍ଳାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ଦେଇଛନ୍ତି । ତେଣୁ ଇଞ୍ଜେକସନ୍ ପାଇବା ପାଇଁ ଜିଲ୍ଳା ସ୍ତରରେ ଅନଲାଇନ୍ ରେ ଆବେଦନ କରିବାକୁ ପଡିବ । ଏଥିପାଇଁ ଆଧାର କାର୍ଡ, ଡାକ୍ତରଙ୍କ ପ୍ରେସକ୍ରିପସନ୍ ଦରକାର ପଡେ, ଏବଂ ରୋଗୀଙ୍କ ସ୍ଥିତି ବିଷୟରେ ମଧ୍ୟ ସୁଚନା ଦେବାକୁ ପଡିଥାଏ ।

Get real time updates directly on you device, subscribe now.