fbpx

ଫାଶୀ ଲଗାଇ ରେମୋ ଡିସୁଜାଙ୍କ ଶଳା କଲେ ଆତ୍ମହତ୍ୟା, ପତ୍ନୀ ଲିଜେଲ କହିଲେ ଜୀବନ ହାରିବା ପଛର କାରଣ

ମୁମ୍ବାଇ: କୋରିଓଗ୍ରାଫର୍ ଓ ନିର୍ଦ୍ଦେଶକ ରେମୋ ଡିସୁଜାଙ୍କ ପରିବାରକୁ ଲାଗିଛି ବଡ଼ ଝଟକା । ରେମୋଙ୍କ ପତ୍ନୀଙ୍କ ଭାଇ ଜେସନ୍ ୱାଟକିନ୍ସଙ୍କ ଆତ୍ମହତ୍ୟା କରି ନିଜ ଜୀବନର ଚରମ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ଦିନ ଜେସନ୍ ୱାଟକିନ୍ସ ମୁମ୍ବାଇ ସ୍ଥିିତ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଭାଈର ମୃତ୍ୟୁ ଖବର ପାଇବା ପରଠାରୁ ରେମୋ ଓ ତାଙ୍କ ପତ୍ନୀ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଏହି ମାମଲା ସାମନାକୁ ଆସିବା ପରେ ମୁମ୍ବାଇ ପୋଲିସ୍ ମାମଲା ରୁଜୁ କରି ଶବକୁ ପୋଷ୍ଟମଟମ୍ ପାଇଁ ମୁମ୍ବାଇର କୁପର୍ ହସ୍ପିଟାଲକୁ ପଠାଇଛି । ଏହି ମାମଲାର ବର୍ତ୍ତମାନ ଯାଞ୍ଚ ଚାଲିଛି । ତେବେ ଜେସନ୍ କାହିଁକି ଆତ୍ମହତ୍ୟା କଲେ ଏନେଇ ଭଉଣୀ ଲିଜେଲ ପ୍ରତିକ୍ରିୟା ଦେଇଛନ୍ତି ।

ଲିଜେଲ ଡିସୁଜା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କ ବାପାଙ୍କର କିଡନି ସମସ୍ୟା ରହିଛି । ସେ ଡାୟଲିସସ୍ ରେ ଥିଲେ ଓ ନିଜ ପୁଅକୁ ଖୋଜି ଖୋଜି ହସ୍ପିଟାଲରୁ ଘରକୁ ଆସି ପହଞ୍ଚିବା ବେଳକୁ ପୁଅ ଏପରି ଅବସ୍ଥାରେ ଥିଲେ । ଘରେ ପହଞ୍ଚି ଯେତେବେଳେ ବାପା କବାଟ ଖୋଲିଥିଲେ ସେତେବେଳକୁ ଜେସନ୍ ନିଜ ଜୀବନ ନେଇସାରିଥିଲା । ଲିଜେଲ୍ କହିଛନ୍ତି ଯେ, ମୁମ୍ବାଇରେ ତାଙ୍କ ମାଆଙ୍କ ନିଧନ ପରଠାରୁ ବାପା ଓ ଭାଇ ଦୁହେଁ ଏକାଠି ରହୁଥିଲେ । ତେବେ ଭାଇ ଜେସନ୍ ଡିପ୍ରେସନ୍ ର ଶିକାର ହୋଇଥିବା ଜଣାପଡ଼ିଛି ।

ତେବେ ଜେସନ୍ ଙ୍କ ମାଆଙ୍କ ଦେହାନ୍ତ ପରଠାରୁ ସେ ଡିପ୍ରେସନ୍ ରେ ଥିଲେ । ବିବାହ ମଧ୍ୟ କରିନଥିଲେ ବୋଲି କହିଛନ୍ତି ଲିଜେଲ । ଘଟଣାର କିଛି ସମୟ ପୂର୍ବରୁ ରେମୋ ଓ ଲିଜେଲ୍ ଗୋଆରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ହେଲେ ଲିଜେଲଙ୍କ ବାପାଙ୍କ ଫୋନ୍ କଲ୍ ସବୁ ଖୁସିକୁ ଦୁଃଖରେ ପରିଣତ କରିଦେଇଥିଲା ।

Get real time updates directly on you device, subscribe now.