fbpx

ନିୟମ-କାନୁନ ଅନୁସାରେ ବ୍ୟବହାର କରିବାକୁ ପଡ଼ିବ କଣ୍ଡୋମ, ନହେଲେ ଜୋରିମାନା!

କାହାର ବ୍ୟକ୍ତିଗତ ଜୀବନରେ କେହି ହସ୍ତକ୍ଷେପ କରିପାରିବେ ନାହିଁ, କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଦମ୍ପତ୍ତିଙ୍କ ବ୍ୟକ୍ତିଗତ ମୂହୁର୍ତ୍ତରେ ଆଇନ୍ ହସ୍ତକ୍ଷେପ କରିବ । କାଲିଫର୍ଣ୍ଣିଆରେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ରୋମାଣ୍ଟିକ ରିଲେସନସିପରେ ଯଦି ପାର୍ଟନରଙ୍କ ଅନୁମତି ଅନୁସାରେ କଣ୍ଡୋମ ବ୍ୟବହାର କରା ନଯାଏ, ତେବେ ଏହା ବେଆଇନ ହେବ ।

ବିଶ୍ୱରେ ପ୍ରଥମ ଥର କୌଣସି ରାଜ୍ୟ ବା ଦେଶରେ ଏପରି ନିୟମ ଲାଗୁ କରିଛି । କାଲିଫର୍ନିଆରେ ଅନେକ ସମୟ ଧରି ଏହି ନିୟମ ଉପରେ ଚର୍ଚ୍ଚା ଚାଲିଥିଲା, କିନ୍ତୁ ଏହାକୁ ଏବେ ଲାଗୁ କରାଯାଇଛି । ଏହି ଅଦ୍ଭୁଦ ନିୟମ ଅନୁସାରେ, ଯଦି ଦମ୍ପତ୍ତିଙ୍କ ବ୍ୟକ୍ତିଗତ ମୂହୁର୍ତ୍ତ ସମୟରେ ପାର୍ଟନରଙ୍କ ଅନୁମତି ନନେଇ କଣ୍ଡୋମ ହଟାନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ଖୁବଶୀଘ୍ର ଏହା ସହିତ ଡ୍ରାଫ୍ଟ ମଧ୍ୟ କାଲିଫର୍ଣ୍ଣିଆରେ ପାସ୍ ହେବାକୁ ଯାଉଛି । ପାର୍ଟନର ବିନା ଅନୁମତିରେ ବା ଲୁଚାଇ କଣ୍ଡୋମ ହଟାଇଲେ ଅନେକ କ୍ଷତି ରହିଛି । ଏପରି କରିବା ଦ୍ୱାରା ପାର୍ଟନରଙ୍କୁ ଜୋରିମାନା ମଧ୍ୟ ଦେବାକୁ ପଡିବ ।

Get real time updates directly on you device, subscribe now.