fbpx

ଲଣ୍ଡନରେ ଭଡ଼ାଟିଆଙ୍କୁ ମହଙ୍ଗା ମାଡ଼, ମାସିକ ଏତିକି ଟଙ୍କା ଦବାକୁ ପଡୁଛି ରେଣ୍ଟ

ଲଣ୍ଡନ: ବର୍ତ୍ତମାନ ଲଣ୍ଡନରେ ଭଡ଼ାଟିଆ ମାନଙ୍କୁ ମହଙ୍ଗା ମାଡ଼ ହୋଇଛି । ସେଠାରେ ଘର ଭଡ଼ା ହାରିହାରି ମାସିକ ୨,୫୦.୦୦ ଟଙ୍କାରେ ରେକର୍ଡ ସୃଷ୍ଟି କରିଛି । ଲଣ୍ଡନରେ ରହିବା ଦର ଶେଷ ଶୀର୍ଷ ରେ ରହିଛି । ତେବେ ବ୍ରିଟିଶ ରାଜଧାନୀ ଗୃହ ନିର୍ମାଣରେ ସର୍ବଦା ମହଙ୍ଗା ସହରରେ ଥିଲା । କିନ୍ତୁ ରିପୋର୍ଟରୁ ଜଣା ପଡ଼ିଛି ଯେ, ଜମି ମାଲିକମାନେ ବର୍ତ୍ତମାନ ଲଣ୍ଡନରେ ୩ ଲକ୍ଷ ଟଙ୍କା ଭଡ଼ା ଦାବି କରୁଛନ୍ତି ଏବଂ ଏହାଠାରୁ ଆହୁରି ବଢିପାରେ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ଲଣ୍ଡନରେ ବିଦ୍ୟୁତ ହାର ବଢିବା ସହ ଅନ୍ୟାନ୍ୟ ଦୈନିକ ଖର୍ଚ୍ଚ ପାଇଁ ଲୋକେ ସଂଗ୍ରହ କରୁଥିବା ବେଳେ ଏହି ଘଟଣା ସାଧାରଣ ଜନତାଙ୍କ ପାଇଁ ଚିନ୍ତା ଜନକ କାରଣରେ ପରିଣତ ହୋଇଛି । ଏନେଇ ରାଇଟମୁଭ୍ ଡିରେକ୍ଟର ଅଫ ପ୍ରପରର୍ଟି ସାଇନ୍ସର ଅଧ୍ୟକ୍ଷ କହିଛନ୍ତି ଯେ, ଭଡ଼ାଟିଆ ମାନେ ବର୍ଦ୍ଧିତ ଭଡ଼ାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେଥିପାଇଁ ମାଲିକ ମାନଙ୍କ ଘର ଖାଲି ପଡ଼ୁଛି । ତେଣୁ ମାଲିକମାନେ ଏହି ଭଡ଼ାକୁ କମାଇଲେ ଲଣ୍ଡନରେ ପୁଣିଥରେ ସେହି ମାଲିକ ମାନଙ୍କ ଭଡ଼ା ଘର ପୂରଣ ହୋଇଯିବ ।

ଭଡ଼ା ହାର ଏତେ ଅଧିକ ଯେ, କିଛି ଲୋକ ଅତିରିକ୍ତ ଟଙ୍କା ରୋଜଗାର କରିବା ପାଇଁ ଏହାକୁ ସାଇଡ୍ ହଷ୍ଟେଲ ଭାବରେ ବ୍ୟବହାର କରୁଛନ୍ତି । କିଛିଦିନ ତଳର ରିପୋର୍ଟ ଅନୁଯାୟୀ, ଭଡ଼ା ଦର ଅଧିକ ହେଉଥିବାରୁ ଲୋକମାନେ ଏକ ସାଇଡ୍ ହଷ୍ଟେଲ କରିଛନ୍ତି ଯାହାଦ୍ୱାରା ଅଧିକ ଟଙ୍କା ରୋଜଗାର କରାଯାଇପାରିବ ।

Get real time updates directly on you device, subscribe now.