fbpx

ରାଜଧାନୀରେ ଆଜିଠାରୁ ସମସ୍ତ ପିଲାଙ୍କ ପାଇଁ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅନେକ ରାଜ୍ୟରେ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହେବାରେ ଲାଗିଛି । ଅନେକ ସ୍ଥାନରେ ତ ପାଠପଢ଼ା ଆରମ୍ଭ ହୋଇଗଲାଣି । ଏହାରି ମଧ୍ୟରେ ଦିଲ୍ଲୀ ସରକାର ବି ସ୍କୁଲ ଓ କଲେଜ ପୁଣି ଖୋଲିବାକୁ ଘୋଷଣା କରିଛନ୍ତି । ରାଜଧାନୀରେ ଦେଢ଼ ବର୍ଷ ପରେ ଆଜିଠାରୁ ପୁଣିଥରେ ସମସ୍ତ ସ୍କୁଲ, କଲେଜ ଖୋଲିଛି । ୫୦% ଛାତ୍ରଛାତ୍ରୀଙ୍କୁ ନେଇ ସବୁ ଶ୍ରେଣୀର ପାଠପଢ଼ା ଆରମ୍ଭ ହୋଇଛି ।

ତେବେ ଆଜିଠାରୁ ସବୁ ସ୍କୁଲ ଓ କଲେଜ ଖୋଲିବାକୁ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ଦିଲ୍ଲୀର ଡିଡିଏମଏ । ଗାଇଡଲାଇନ୍ ମୁତାବକ, ଅଫଲାଇନ୍ କ୍ଲାସ ସମେତ ଅନଲାଇନ୍ କ୍ଲାସ ବି ଚାଲିବ । ସ୍କୁଲ ଖୋଲିବା ପରେ ପିଲାଙ୍କୁ କ୍ଲାସରୁମ ପଠାଇବାକୁ ପାଇଁ କୌଣସି ଅଭିଭାବକଙ୍କୁ ବାଧ୍ୟ କରାଯିବ ନାହିଁ । ଶିକ୍ଷକଙ୍କ ଟିକାକରଣ ଅତ୍ୟନ୍ତ ଆବଶ୍ୟକ । ପ୍ରାୟ ୯୮% ଶିକ୍ଷକ-ଶିକ୍ଷୟିତ୍ରୀ ଟିକାର ଗୋଟିଏ ଡୋଜ୍ ନେଇଥିବା ଜରୁରୀ ।

Get real time updates directly on you device, subscribe now.