fbpx

ଉଦ୍ଧାର ଛାତ୍ରଙ୍କ ମୃତଦେହ ଚିହ୍ନଟ କଲେ ପରିବାର ସଦସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଗଣ୍ଡମୁଣ୍ଡା ସୌଭାଗ୍ୟନଗରର ନାଳଭିତରେ ଗତକାଲି ଭାସିଯାଇଥିବା ଦଶମ ଛାତ୍ରର ମୃତଦେହ ଆଜି ଉଦ୍ଧାର ହୋଇଛି । ଉଦ୍ଧାର ହେବା ପରେ ଛାତ୍ରଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି । ଚିହ୍ନଟ ଛାତ୍ର ଭାସି ଯାଇଥିବା ଜ୍ୟୋତିପ୍ରକାଶ ବେହେରାଙ୍କର ବୋଲି ସ୍ପଷ୍ଟ ହୋଇଛି । ଏମ୍ସରେ ମୃତଦେହକୁ ଚିହ୍ନଟ କରିଛନ୍ତି ମୃତ ଛାତ୍ରଙ୍କ ନିକଟ ସମ୍ପର୍କୀୟ । ମୃତଦେହ ଚିହ୍ନଟ ପରେ କାନ୍ଦ ବୋବାଳି ଆରମ୍ଭ ହୋଇଥିବା ବେଳେ ପରିବେଶ ଶୋକାକୁଳ ରହିଛି ।

ତେବେ ଗତକାଲି ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀରେ ଛାତ୍ର ଜଣକ ନାଳରେ ଭାସିଯାଇଥିଲେ ।୧୫ ବର୍ଷର ଜ୍ୟୋତିପ୍ରକାଶ ବେହେରା ଟ୍ୟୁସନ୍ ଯାଉଥିବା ବେଳେ ନାଳରେ ଭାସିଯାଇଥିଲେ । ପ୍ରବଳ ବର୍ଷାରେ ଖୋଲା ଡ୍ରେନରେ ପ୍ରବାହିତ ପାଣିରେ ସେ ଭାସିଯାଇଥିବା ବେଳେ ୩୪ ଜଣ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ୧୯ ଘଣ୍ଟାର ଅପରେସନ ପରେ ଉଦ୍ଧାରକାରୀ ଦଳ ଛାତ୍ରର ମୃତଦେହ ଉଦ୍ଧାର କରିଥିଲେ । ପଞ୍ଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ମିଳିଥିଲା ମୃତଦେହ ।

Get real time updates directly on you device, subscribe now.