ଘରେ ବିଲେଇ ରଖୁଥିଲେ ସାବଧାନ! ପଡ଼ିପାରନ୍ତି ଏହି ରୋଗରେ

ସିଜୋଫ୍ରେନିଆ ଏକ ଗୁରୁତର ତଥା ଜଟିଳ ମାନସିକ ରୋଗ। ଏଥିରେ ପୀଡ଼ିତ ବ୍ୟକ୍ତି ବାସ୍ତବତା ଓ କଳ୍ପନା ମଧ୍ୟରେ ଥିବା ପାର୍ଥକ୍ୟ ଭୁଲିଯାଆନ୍ତି।

ନୂଆଦିଲ୍ଲୀ: ବିଲେଇ ଏକ ପୋଷା ଜନ୍ତୁ। ସେଥିପାଇଁ ଲୋକମାନେ ଅତି ଆଦରରେ ନିଜ ଘରେ ପାଳି ଥାଆନ୍ତି। ଆଉ ପିଲା ପରି ତାଙ୍କର ଲାଳନ ପାଳନ କରିଥାଆନ୍ତି। ଏପରିକି ଶୋଇବା ବେଡ଼୍‌ରେ ଶୁଆଇ ଥାଆନ୍ତି। ହେଲେ ଜାଣିଛନ୍ତି ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ। କାରଣ ବିଲେଇ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ସିଜୋଫ୍ରେନିଆର ହେବାର ଆଶଙ୍କା ରହିଛି। ଅଷ୍ଟ୍ରେଲିଆ କ୍ୱିନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରେ ହୋଇିଥିବା ଷ୍ଟଡିରୁ ଏ ସମ୍ପର୍କରେ ଜଣାପଡ଼ିଛି।

ସିଜୋଫ୍ରେନିଆର ଆଶଙ୍କା ବଢିପାରେ

ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟନ ଅନୁସାରେ ବିଲେଇ ପାଳିବା ଦ୍ୱାରା ମାନସିକ ସମସ୍ୟା ସିଜୋଫ୍ରେନିଆ ହେବାର ଆଶଙ୍କା ବଢିପାରେ। ଏହି ଅଧ୍ୟୟନ ଅନୁସାରେ ଯେଉଁମାନେ ବିଲେଇ ସହିତ ସମ୍ପର୍କରେ ଆସନ୍ତି, ସେମାନଙ୍କର ସିଜୋଫ୍ରେନିଆ ହେବାର ଆଶଙ୍କା ଅନ୍ୟ ଲୋକଙ୍କ ତୁଳନାରେ ଦୁଇଗୁଣା ଥାଏ। ଏଥିପାଇଁ ୪୪ ବର୍ଷ ଧରି ୧୭ଟି ଅଧ୍ୟୟନ ହୋଇଥିଲା। ଏଥିରେ ୧୧ଟି ଦେଶର ତଥ୍ୟ ସାମିଲ କରାଯାଇଥିଲା। ଅଧ୍ୟନରେ ଦେଖାଯାଇଛି; ଯେଉଁମାନଙ୍କ ପାଖରେ ବିଲେଇ ଥାଏ, ସେମାନଙ୍କର ସିଜୋଫ୍ରେନିଆ ହେବାର ଆଶଙ୍କା ଦୁଇଗୁଣା ଥାଏ।

ସିଜୋଫ୍ରେନିଆ କଣ?
ସିଜୋଫ୍ରେନିଆ ଏକ ଗୁରୁତର ତଥା ଜଟିଳ ମାନସିକ ରୋଗ। ଏଥିରେ ପୀଡ଼ିତ ବ୍ୟକ୍ତି ବାସ୍ତବତା ଓ କଳ୍ପନା ମଧ୍ୟରେ ଥିବା ପାର୍ଥକ୍ୟ ଭୁଲିଯାଆନ୍ତି।

ବିଲେଇର ମଳ ସହ ରୋଗର ସମ୍ପର୍କ

ପ୍ରକୃତରେ ସିଜୋଫ୍ରେନିଆ ରୋଗ ଓ ଟକ୍‌ସୋପ୍ଲାଜମୋସିସ୍ ମଧ୍ୟରେ ସମ୍ପର୍କ ଦେଖିବାକୁ ମିଳିଛି। ଏହି ପରଜୀବୀ ବିଲେଇ ମଳରେ ପାଇବାକୁ ମିଳେ। ଟକ୍ସୋପ୍ଲାଜ୍ମା ପରଜୀବୀ ମସ୍ତିଷ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ। ଏହାର ପ୍ରଭାବ ନ୍ୟୁରୋଟ୍ରାନ୍ସମିଟର ଓ ଇନଫ୍ଲାମେସନ ଉପରେ ଦେଖାଦିଏ।

ସିଜୋଫ୍ରେନିଆ ରୋଗ ହେବାର କାରଣ

ସିଜୋଫ୍ରେନିଆ ରୋଗ ଅନେକ କାରଣରୁ ହୋଇଥାଏ। ଚାପ, ଜେନେଟିକ କାରଣ ଓ ମସ୍ତିଷ୍କରେ ରସାୟନର ଅସନ୍ତୁଳନ ଯୋଗୁଁ ମଧ୍ୟ ସିଜୋଫ୍ରେନିଆ ରୋଗ ହୋଇପାରେ।

ଏହି କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ

ଯଦି ଆପଣ ବିଲେଇ ପାଳୁଛନ୍ତି, ତେବେ ଆପଣଙ୍କୁ ଏହି କଥାଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ। ବିଲେଇ ମଳ ସଫା କରିବା ପରେ ହାତକୁ ଭଲ ଭାବେ ଧୋଇବା ଉଚିତ୍। ଆପଣଙ୍କ ବିଲେଇ କେମିତି ସୁସ୍ଥ ଓ ସ୍ୱଚ୍ଛ ରହିବ, ସେଥିପ୍ରତି ଧ୍ୟାନ ରଖିବା ଉଚିତ।