fbpx

‘ଅଗ୍ନିବୀର’ଙ୍କ ପାଇଁ ବଡ଼ ଘୋଷଣା: ଅର୍ଦ୍ଧସାମରିକ ବଳରେ ମିଳିବ ୧୦ % ସଂରକ୍ଷଣ

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ସେନାରେ ନିଯୁକ୍ତି ପାଇଁ ଘୋଷିତ ଅଗ୍ନିପଥ ଯୋଜନାର ପ୍ରତିବାଦ ସାରା ଦେଶରେ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆଜି ‘ଅଗ୍ନିପଥ‘କୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏଣିକି ଅର୍ଦ୍ଧସାମରିକ ବଳରେ ମିଳିବ ୧୦ ପ୍ରତିଶତ ସଂରକ୍ଷଣ । ଅଗ୍ନିବୀର ଭାବେ ୪ ବର୍ଷ କାର୍ଯ୍ୟକାଳ ଶେଷ ପରେ ନିଯୁକ୍ତି ମିଳିବ ।

ସିଏପିଏଫ ଓ ଆସାମ ରାଇଫଲ ନିଯୁକ୍ତିରେ ୧୦% ସଂରକ୍ଷଣ ରହିବ । ସିଏପିଏଫ ଓ ଆସାମ ରାଇଫଲରେ ଭର୍ତ୍ତି ପାଇଁ ୩ ବର୍ଷ କୋହଳ ହୋଇଛି । ବିବାଦ ପରେ ସଂରକ୍ଷଣ ନେଇ କେନ୍ଦ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।

ତେବେ ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବିହାରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଧୀରେଧୀରେ ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ ଦେଇ ଦିଲ୍ଲୀ ପର୍ଯ୍ୟନ୍ତ ପହଂଚିଲାଣି। ଶୁକ୍ରବାର ସକାଳେ ବିହାରର ସମସ୍ତିପୁରା ଏବଂ ଲଖିସରାୟାରେ ପ୍ରଦର୍ଶନକାରୀମାନେ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ। ସେହିପରି ଯୁବକମାନେ ଉତ୍ତରପ୍ରଦେଶର ବାଲିୟା ଷ୍ଟେସନ୍‌ରେ ପ୍ରବଳ ଭଙ୍ଗାରୁଜା କରିଥିବା ଘଟଣା ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.