fbpx

OAS ଅଧିକାରୀ ସ୍ତରରେ ଅଦଳବଦଳ, ପ୍ରଭାତ କୁମାର ସାହୁ ହେଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ଗୃହ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱରେ ଥିବା ବିଭୁତି ଭୂଷଣ ମିଶ୍ରଙ୍କୁ କଟକସ୍ଥିତ ଆରଡିସି ଅଫିସର ଅତିରିକ୍ତ ବନ୍ଦୋବସ୍ତ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି ।

ସେହିପରି ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଆର.ଖମାରିଙ୍କୁ ଗଜପତିର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ସୋନା ଟୁଡୁଙ୍କୁ କେନ୍ଦୁଝରର ଅତିରିକ୍ତ ଉପଜିଲ୍ଲାପାଳ, ଗୋପୀନାଥ କୁଅାଁରଙ୍କୁ ଯାଜପୁର ଉପଜିଲ୍ଲାପାଳ, ଅନିଲ କୁମାର ସେଠୀଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ, ସଞ୍ଜୟ କୁମାର ମିଶ୍ରଙ୍କୁ ଖଦି ଓ ଗ୍ରାମୋଦ୍ୟଗର ଉପସଚିବ, ପ୍ରଭାତ କୁମାର ସାହୁଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଚିବ ଭାବେ ଟ୍ରାନ୍ସଫର କରଯାଇଛି ।

ଗଜପତି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ମାଲକାନଗିରି ଅତିରକ୍ତ ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଗତ ମାସ ପ୍ରାରମ୍ଭରେ ରାଜ୍ୟରେ ବରିଷ୍ଠ ଓଏଏସ ଅଧିକାରୀ ସ୍ତରରେ ମଧ୍ୟ ଛୋଟ ଧରଣର ଅଦଳବଦଳ କରାଯାଇଥିଲା ।

Get real time updates directly on you device, subscribe now.