fbpx

୬୮ ବର୍ଷ ପରେ ଋଣ ସୁଝିଲେ ଭାରତ-ପାକିସ୍ତାନ ଯୁଦ୍ଧର ହିରୋ: ଭାବବିହ୍ୱଳ ହୋଇପଡ଼ିଲେ ବ୍ୟବସାୟୀ

ନୂଆଦିଲ୍ଲୀ: କୁହାଯାଏ ସମୟ କାହାପାଇଁ ଅଟକି ନଥାଏ । ଆଉ ସମୟ ସହ ତାଳ ଦେଇ ଆଗକୁ ଚାଲିଥାଏ ଜୀବନ । ନିତିଦିନର ବ୍ୟସ୍ତତା ମଧ୍ୟରେ ମଧ୍ୟରେ ଆମେ କେତେ ଲୋକଙ୍କୁ ପଛରେ ଛାଡ଼ି ଆସିଥାଉ, ଅନେକ ପଛ ରାସ୍ତାକୁ ଭୁଲିଯାଇଥାଉ । ଅବଶ୍ୟ ଫେରିବାକୁ ଚାହିଥାଉ କିନ୍ତୁ ହୁଏତ କେବେ ଫେରିନଥାଉ । ତେବେ ଜୀବନ ଥିବା ଭିତରେ ଆମକୁ ଆମର ପୁରୁଣା ସୁନ୍ଦର ସ୍ମୃତିକୁ ଥରେ ମନେପକାଇବା ଦରକାର ଏହି ସ୍ମୃତିକୁ ଥରେ ଜୀଇଁବା ଦରକାର । ଏମିତିରେ କେବଳ ପୁରୁଣା ସ୍ମୃତି ନୁହେଁ ବରଂ ପୁରୁଣା ଋଣ ମଧ୍ୟ ସୁଝଇ ହୋଇଯାଏ । ଏହି ଭଳି ଏକ ଖବର ଦେଖିବାକୁ ମିଳିଛି ହରିୟାଣାରରେ ଯେଉଁଠାରେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ନିଜର ୬୮ ପୁରୁଣା ବାକି ସୁଝିଛନ୍ତି ।

୮୪ ବର୍ଷୀୟ ସେନାଧିକାରୀ ବି.ଏସ ଉପ୍ପଲ ଅନେକ ବର୍ଷରୁ ଆମେରିକାରେ ରହୁଛନ୍ତି । ସେନାରୁ ଅବସର ମିଳିବା ପରେ ସେ ନିଜ ପୁଅ ପାଖକୁ ଆମେରିକା ଚାଲିଯାଇଥିଲେ ଏବଂ ଏହାପରେ ସେ ଭାରତ କିମ୍ବା ହିସାର ସଂହରକୁ ଆସିନଥିଲେ କିନ୍ତୁ ନିକଟରେ ସେ ହିସାର ଫେରିଥିଲେ ଏବଂ ସେଠାୋର ପହଞ୍ଚି ସର୍ବପ୍ରଥମେ ହିସାର ମୋତୀ ବଜାର ସ୍ଥିତ ‘ଦିଲ୍ଲୀ ହଲୱାଇ’ ଦୋକାନକୁ ଯାଇଥିଲେ । ଏହି ଦୋକାନକୁ ଏବେ ବିନୟ ଭସଂଲ ଚଳାଉଛନ୍ତି । କିନ୍ତୁ ଏହି ଦୋକନ ତାଙ୍କ ଜେଜେବାପା ଶମ୍ଭୁ ଦୟାଲ ଭସଂଲ ଆରମ୍ଭ କରିଥିଲେ । ସେହି ସମୟରେ ବିଏସ ଉପ୍ପଲ ପ୍ରତିଦିନ ଏହି ଦୋକାନକୁ ଯାଉଥିଲେ ଏବଂ ଦହି-ପେଡ଼ା ଖାଉଥିଲେ । ସେ କହିଥିଲେ ଯେ ସେ ଖାଇଥିବା ଦହି-ପେଡ଼ାର ୨୮ ଟଙ୍କା ବାକି ରହିଛି । ଯାହାକୁ ସେ ସୁଝିବାକୁ ଆସିଛନ୍ତି । କିନ୍ତୁ ଏହାକୁ ସେ ଏଥିପାଇଁ ସୁଛି ପାରିନଥିଲେ କାରଣ ସେ ସମୟରେ ସହରରୁ ବାହରକୁ ଚାଲିଯାଇଥିଲେ ଏବଂ ପରେ ନୌସେନାରେ ଭର୍ତ୍ତି ହୋଇଥିଲେ ଯାହାପରେ ତାଙ୍କୁ ଆଉ ସମୟ ମିଳିନଥିଲା ଏହି ଋଣ ସୁଝିବାକୁ  ।

ସେ ଆହୁରି କହିଛନ୍ତି ଯେ ହିସାର ସହ ତାଙ୍କର ଦୁଇଟି ସ୍ମୃତି ଯୋଡ଼ି ହୋଇରହିଛି । ଗୋଟିଏ ହେଉଛି ତାଙ୍କର ୨୮ ଟଙ୍କା ବାକି ଏବଂ ଆଉଗୋଟିଏ ହେଉଛି ସେ ପଢ଼ୁଥିବା ହରଜୀରାମ ହିନ୍ଦୁ ହାଇସ୍କୁଲ ଯେଉଁଠାରେ ସେ ୧୦ମ ପାସ୍ କରିଥିଲେ । ସେ କହିଥିଲେ ୬୮ ବର୍ଷ ପରେ ସେ କେବଳ ତାଙ୍କ ସ୍କୁଲକୁ ଦେଖିବା ପାଇଁ ଏବଂ ଉଦ୍ଧାର ସୁଝିବାକୁ ଆସିଥିଲେ । ତେବେ ଯେତେବେଳେ ସେ ବିନୟଙ୍କ ହାତରେ ୧୦ହଜାର ଟଙ୍କା ଦେଇଥିଲେ ବିନୟ ଏହାକୁ ନେବାକୁ ମନା କରିଦେଇଥିଲେ । ତେବେ ବିଏସ ଉପ୍ପଲ ବିନୟଙ୍କୁ ଏହି ଟଙ୍କା ନେଇ ତାଙ୍କୁ ଋଣ ମୁକ୍ତ କରିବାକୁ ଅନୁରୋଧ କରିବା ପରେ ସେ ଏହି ଟଙ୍କା ନେଇଥିଲେ । ଏହି ସମୟ ଉଭୟଙ୍କ ପାଇଁ ଅତ୍ୟନ୍ତ ଭାବବିହ୍ୱଳ ଥିଲା । ଏହାପରେ ସେ ତାଙ୍କ ସ୍କୁଲକୁ ଦେଖିବା ପାଇଁ ପହଞ୍ଚିଥିଲେ କିନ୍ତୁ ତାହା ବନ୍ଦ ହୋଇଯାଇଥିବାରୁ ନିରାଶ ହୋଇଥିଲେ ।

ସୂଚନାଯୋଗ୍ୟ, ବିଏସ ଉପ୍ପଲ ଭାରତ-ପାକ୍ ଯୁଦ୍ଧରେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ପ୍ରକୃତରେ ଉପ୍ପଲ ସେହି ସବମରିନରେ କମାଣ୍ଡର ଥିଲେ ଯାହା ଭାରତ-ପାକ୍ ଯୁଦ୍ଧ ସମୟରେ ପାକିସ୍ତାନର ଜାହାଜକୁ ବୁଡ଼ାଇ ଦେଇଥିଲା । ଏହା ପରେ ସେ ତାଙ୍କ ବୁଡ଼ାଜାହାଜ ଏବଂ ସୈନିକଙ୍କ ନେଇ ସୁରକ୍ଷିତ ଆସିଥିଲେ । ଏହି ବାହାଦୁରୀ ପାଇଁ ତାଙ୍କୁ ଭାରତୀୟ ସେନା ତାଙ୍କୁ ସାହାସିକତାର ନୌସେନା ପୁରସ୍କାରରେ ସମ୍ମାନିତ ମଧ୍ୟ କରିଥିଲେ ।

Get real time updates directly on you device, subscribe now.