fbpx

ବିଗ୍ ବସ୍‌-୧୫ରେ ଏଣ୍ଟ୍ରି କରିବେ ରିୟା ଚକ୍ରବର୍ତ୍ତୀ !

ମୁମ୍ବାଇ: ଟିଭିର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ’ ବିଗ୍ ବସ୍‌-୧୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ମେକର୍ସମାନେ ଏବେ ସିଜନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସିଜନ-୧୪ର ହୋଷ୍ଟ ସଲମାନ ଖାନ୍ ଘୋଷଣା କରିଥିଲେ ଯେ, ଆସନ୍ତା ସିଜନରେ ସେଲିବ୍ରିଟମାନଙ୍କ ସହିତ ସାଧାରଣ ଜନତା ବି ଭାଗ ନେବେ । ଏନେଇ ବିଗ ବସ୍ ୧୫କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଖବର ଆସିଛି କି, ବିଗ ବସ୍ ୧୫ରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକୟବର୍ତ୍ତୀ ଭାଗ ନେଇପାରନ୍ତି । ଯଦି ଏପରି ହୁଏ ତେବେ ରିୟା ସୋ’ରେ ସୁଶାନ୍ତଙ୍କୁ ନେଇ କିଛି କହି ପାରନ୍ତି । ଖବର ମୁତାବକ, ‘ତାରକା ମେହତାକି ଓଲଟା ଚଷମା’ର ଦୟାୱୋନ୍ ଅର୍ଥାତ୍ ଦିଶା ୱକାନୀ ଓ ପାର୍ଥ ସମଥାନ ଭଳି ସେଲିବ୍ରିଟମାନେ ଏଥିରେ ଭାଗ ନେଇପାରନ୍ତି । ଏହି ସୋ’ ପାଇଁ ଅଡିସନ୍ ଫେବୃଆରୀରୁ ଆରମ୍ଭ ହୋଇ ୩୧ ମେ ୨୦୨୧ ପର୍ଯ୍ୟନ୍ତ ଚାଲିଥିଲା, ଅର୍ଥାତ୍ ଆଜି ଶେଷ ଦିନ ଥିଲା ।

Get real time updates directly on you device, subscribe now.