Vigilance Raid: ଲାଞ୍ଚୁଆ RI: କିସମ ପରିବର୍ତ୍ତନ ପାଇଁ ୬୦ ହଜାର ନେଉଥିଲା ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ RI ।

ପିପିଲି: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ RI । ବନ୍ତଳସିଂହ ସର୍କଲ RI ଜୀବନକୃଷ୍ଣ ପରିଡ଼ା ବିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । କିସମ ପରିବର୍ତ୍ତନ ପାଇଁ 60 ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ RI ଜୀବନକୃଷ୍ଣ ।

ତେବେ ପୁରୀ ଜିଲ୍ଲା ପିପିଲି ତହସିଲ ବନ୍ତଳ ସିଂ ଆରଆଇ ଜୀବନ କୃଷ୍ଣ ପରିଡା ଏକ ଜମିର ପଟ୍ଟା କରାଇଦେବାକୁ କହି ଲାଞ୍ଚ ନେଉଥିଲେ । ୬ ଟି ପୈତୃକ ସମ୍ପତ୍ତିର ପଟ୍ଟା ପାଇଁ ଦୌଡ଼ୁ ଥିଲେ ଅଭିଯୋଗକାରୀ । ପ୍ରତି ଜମି ପାଇଁ ୧୫ ହଜାର ଲେଖାଏଁ ୯୦ ହଜାର ଦାବି କରିଥିଲେ ଆରଆଇ । ଶେଷରେ ୬୦ ହଜାର ଦେଲେ ଦରଖାସ୍ତ ଫାଇଲ କାମ କରିବେ ବୋଲି ରାଜି ହୋଇଥିଲେ ।

ଏହାପରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଅଭିଯୋଗକାରୀ । ଆଜି ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ। ଟ୍ରାପ ପରେ ଆରଆଇ ଜୀବନ କୃଷ୍ଣ ପରିଡାଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।  ଦୁଇଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ ।