fbpx

ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ: ୭ ହଜାର ଲାଞ୍ଚ ନେଉଥିବା ପଡ଼ିଲେ ଭିଜିଲାନ୍ସ ଜାଲରେ

ଭିଜିଲାନ୍ସ ଜାଲରେ ସରକାରୀ ଅଫିସର । ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆରଆଇ । ଗୁରବାର ଆଇନଗତ ଉତ୍ତରାଧିକାରୀ ସାର୍ଟିଫିକେଟ୍ କରାଇଦେବା ପାଇଁ ଅଭିଯୋଗକାରୀଙ୍କ ଠାରୁ ୭ ହଜାର ଟଙ୍କା ନେଉଥିବାବେଳେ ଧରାପଡ଼ିଲେ ଝାରସୁଗୁଡ଼ା ଜିଲ୍ଲା ଲାଇକିରା ତହସିଲ ଅନ୍ତର୍ଗତ ସାହସପୁର ରାଜସ୍ୱ ସର୍କଲର ଆରଆଇ ଜସ୍ମିତା ଭୋରାସାଗର । ଭିଜିଲାନ୍ସ ତାଙ୍କ ନିକଟର ୭ ହଜାର ଟଙ୍କା ମଧ୍ୟ ଜବତ କରିଛି ।

ଏ ସଂପର୍କରେ, ରାଉରକେଲା ଭିଜିଲାନ୍ସ ମାମଲା ରୁଜୁ କରିଛି । ଶ୍ରୀମତୀ ଭୋରାସାଗରଙ୍କ ବିରୋଧରେ ତଦନ୍ତ ଚାଲିଛି।

Get real time updates directly on you device, subscribe now.