fbpx

୭ ଦିନ ଆଗରୁ ଧାନ କିଣା ଟୋକନ

ଭୁବନେଶ୍ୱର,୨୯ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧାନକିଣା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏବର୍ଷ ବି ଅଗ୍ରୀମ ଟୋକନ ବ୍ୟବସ୍ଥାରେ ଧାନ କିଣିବେ ସରକାର । ଧାନକିଣା ତାରିଖର ୭ ଦିନ ଆଗରୁ ଚାଷୀଙ୍କୁ ମିଳିବ ଟୋକନ । ପଞ୍ଜୀକୃତ ମୋବାଇଲ୍‌ ନମ୍ବରରେ ଧାନବିକ୍ରିର ସଂପୂର୍ଣ୍ଣ ବିବରଣୀ ଦିଆଯିବ ।

ଏଥର ନୂଆ ଏମ୍‌ଏସ୍‌ପିରେ ଚାଷୀଙ୍କଠୁ ଧାନ କିଣିବାକୁ ନିଷ୍ପତ୍ତି ନିଆଯାଇଛି । FAQ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ରହିବ । ଏ ଗ୍ରେଡ୍‌ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୮୮ ଟଙ୍କା ହେବ । ଜଳସେଚିତ ଜମିରୁ ଏକର ପିଛା ୧୯ କୁଇଣ୍ଟାଲ ଧାନ କିଣାଯିବ । ଅଣଜଳସେଚିତ ଜମିରୁ ଏକର ପିଛା ୧୨ କୁଇଣ୍ଟାଲ ଧାନ କିଣାଯିବ ।

ତେବେ ପ୍ରକୃତ ଚାଷୀଙ୍କ ପାଇଁ ମନ୍ତ୍ରୀ ବଢ଼ାଇ ପାରିବେ ଧାନକିଣା ପରିମାଣ । ଟୋକନ ପାଇ ନଥିବା ଚାଷୀ ନିଶୁଳ୍କ ନମ୍ବର ୧୯୬୭କୁ ଜଣାଇପାରିବେ। ଏବର୍ଷ ଧାନବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି ୧୫ ଲକ୍ଷ ଚାଷୀ । ଏନେଇ ଯୋଗାଣ ନିଗମ ପରିଚାଳନା ନିର୍ଦେଶକ ବିଶ୍ବଜିତ ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.