fbpx

ପଶ୍ଚିମବଙ୍ଗରେ ଉଠିଲା ଦୁଇଟି ରାଜ୍ୟ ଗଠନ ଦାବି, ବିଜେପିରେ ମତଭେଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଅଲଗା ଅଲଗା ରାଜ୍ୟ ଗଠନ ଦାବି ପୁଣି ଥରେ ମୁଣ୍ଡ ଟେକିଛି। ଏହି ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ଭିତରେ ଦ୍ଵିମତ ଦେଖିବାକୁ ମିଳିଛି। ବିଜେପି ବିଧାୟକମାନେ ଅଲଗା ରାଜ୍ୟ ଦାବି କରୁଥିବା ପୂର୍ବତନ ରାଜ୍ୟ ବିଜେପି ସଭାପତି ଏହାକୁ ଖଣ୍ଡନ କରିଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ସ୍ପଷ୍ଟ କରିଛନ୍ତି ଯେ, ପାର୍ଟି ଏହି ଧରଣର କୌଣସି ଦାବିର ସମର୍ଥନ କରେ ନାହିଁ।

ବିଜେପିର ବାଙ୍କୁରାରୁ ବିଧାୟକ ଓନ୍ଦା ଅମରନାଥ ସଖା ଦକ୍ଷିଣ ପଶ୍ଚିମବଙ୍ଗରେ ପାଞ୍ଚ ଜିଲ୍ଲାକୁ ନେଇ ଅଲଗା ରାଜ୍ୟ ଗଠନ ଦାବି କରିଛନ୍ତି। ସେ କହିଛନ୍ତି ପୁରୁଲିଆ, ବାଙ୍କୁରା, ଝାରଗ୍ରାମ, ପଶ୍ଚିମୀ ମେଦିନିପୁର ଏବଂ ବୀରଭୂମର ଲୋକଙ୍କୁ ସର୍ବଦା ଅଣଦେଖା କରାଯାଉଛି। ମୁଁ ଏହି ଜିଲ୍ଲାର ଜନତାଙ୍କୁ ଅନୁରୋଧ କରୁଛି ଯେ, ସ୍ଵତନ୍ତ୍ର ରାଜ୍ୟ ଗଠନ ଦାବି ଉଠାନ୍ତୁ ଏବଂ ଆମର ସ୍ଵରକୁ ମଜବୁତ କରନ୍ତୁ।

ସେ ଏହା ମଧ୍ୟ କହିଛନ୍ତି, ଯଦି ପାର୍ଟି ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରେ ତେବେ ସ୍ଵତନ୍ତ୍ର ରାଜ୍ୟ ଗଠନ ଦାବି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ସାମ୍ନାରେ ରଖାଯିବ। ଏହା ପୂର୍ବରୁ ବିଷ୍ଣୁପୁରରୁ ବିଜେପି ସାଂସଦ ସୌମିତ୍ର ଖାନ ମଧ୍ୟ ଏହି ଧରଣର ଦାବି ଉଠାଇଥିଲେ। ପଶ୍ଚିମବଙ୍ଗରେ ବିଜେପିର ଅନେକ ନିର୍ବାଚନ ପ୍ରତିନିଧି ମଧ୍ୟ ସେମାନଙ୍କ ଅଞ୍ଚଳ ପ୍ରତି ଅବହେଳା ଏବଂ ଅଣଦେଖା କରାଯାଉଥିବା ଅଭିଯୋଗ କରୁଛନ୍ତି। ଫଳରେ ନେତାମାନେ ସ୍ଵତନ୍ତ୍ର ରାଜ୍ୟ ଗଠନ ଦାବି ଉଠାଇଛନ୍ତି। କିନ୍ତୁ ବିଜେପି ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ଵ ଏହି ଦାବିକୁ ସମର୍ଥନ କରୁନାହାନ୍ତି।

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ କହିଛନ୍ତି, ଆମର ଦଳ ଏମିତି କୌଣସି ଦାବିକୁ ସମର୍ଥନ କରେ ନାହିଁ। କିଛି ନିର୍ବାଚିତ ପ୍ରତିନିଧି ଅଲଗା ରାଜ୍ୟ ଗଠନ ଦାବି କରୁଛନ୍ତି। ମାତ୍ର ଆମର ହାଇକମାଣ୍ଡ ସ୍ପଷ୍ଟ କରିଛନ୍ତି ଯେ, ପାର୍ଟି ଏହାର ସମର୍ଥନ କରେ ନାହିଁ।

Get real time updates directly on you device, subscribe now.