fbpx

RIP ଉର୍ଫି ଜାଭେଦ: ଫାଶୀରେ ଝୁଲୁଥିବାର ଫଟୋ ସହ ଅଭିନେତ୍ରୀଙ୍କୁ ନେଇ ପୋଷ୍ଟ ଭାଇରାଲ

ମୁମ୍ବାଇ: ନିଜ ବୋଲ୍ଡ ଅନ୍ଦାଜ ଏବଂ ଆଉଟଫିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଉର୍ଫି ଜାଭେଦ । ସୋସିଆଲ ମିଡିଆରେ ପ୍ରତିଦିନ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଥାଏ । କିନ୍ତୁ ଏବେ ଉର୍ଫିଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଉର୍ଫିଙ୍କ ଫଟୋ, ଫାଶୀରେ ଝୁଲୁଥିବା ଜଣେ ମହିଳାଙ୍କ ଫଟୋ ଏବଂ RIP ଉର୍ଫି ଜାଭେଦ ପୋଷ୍ଟ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ କ’ଣ ଏହାର ରହସ୍ୟ ଆସନ୍ତୁ ଜାଣିବା ।

ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ଘଟଣାରେ ନିକଟରେ କଡା ନିନ୍ଦା କରିଥିଲେ ଉର୍ଫି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିବା ସହ କ୍ୟାପ୍ସନରେ ଲେଖିଥିଲେ ଯେ, ଆଲ୍ଲା ଧର୍ମ ନାମରେ କେବେ ବର୍ବରତାକୁ ମଞ୍ଜୁର କରିନାହାନ୍ତି । ତାଙ୍କର ଏହି ପୋଷ୍ଟ ପରେ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଭରା ଚିଠି ଏବଂ ମେସେଜ ମିଳିଥିଲା । କିନ୍ତୁ ଏବେ ଏହାର ସୀମା ଅତିକ୍ରମ କରିଛି । ଧମକ ଦେଉଥିବା ଲୋକମାନେ ଏବେ ଉର୍ଫିଙ୍କ ନାଁରେ ମିଛ ଖବର ପ୍ରସାରଣ କରିବାରେ ଲାଗିଛନ୍ତି ।

ଉର୍ଫି ଜାଭେଦଙ୍କ ଫଟୋ ସହିତ ଜଣେ ମହିଳାଙ୍କ ଫାଶୀରେ ଝୁଲୁଥିବା ଫଟୋରେ RIP ଉର୍ଫି ଜାଭେଦ ଲେଖି ଅପଲୋଡ ହୋଇଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ପୋଷ୍ଟ ପରେ ଏହାକୁ ନେଇ ଅଭିନେତ୍ରୀ ଚିନ୍ତା ଜାହିର କରିଛନ୍ତି । ଉର୍ଫି ଜାଭେଦ ତାଙ୍କ ଇନଷ୍ଟାଗ୍ରାମ କାହାଣୀରେ ସେୟାର କରିଥିବା ପୋଷ୍ଟରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଏକ କୋଲାଜ ଫଟୋ ସେୟାର କରିଛନ୍ତି। ଗୋଟିଏ ପାର୍ଶ୍ୱରେ ବେକରୁ ଗୋଟିଏ ଝିଅ ଦେଖିବାକୁ ମିଳିଛି।

ଏହି ପୋଷ୍ଟ କରି ତାଙ୍କ ଜୀବନକୁ ବିପଦ ତିବା ଦର୍ଶାଇଛନ୍ତି ଉର୍ଫି । ସେ ଲେଖିଛନ୍ତିଯେ, ଏ ଦୁନିଆରେ କ’ଣ ହେଉଛି? ମୋତେ ମାରି ଦେବାର ଧମକ ମିଳୁଛି ଆଉ ଏବେ ଏସବୁ…….. କମେଣ୍ଟରେ ଲେଖିଛନ୍ତି ଯେ, ସେ ମୋତେ ହତ୍ୟାକାରୀ ସହ ସାଥ ଦେଉଛନ୍ତି ।

Get real time updates directly on you device, subscribe now.