fbpx

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ ୨ ଗୁରୁତର

ଉମରକୋଟ: ରାଜ୍ୟରେ ପ୍ରତିଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡ଼ିଚାଳନାକୁ ନେଇ ଅନେକ ନିୟମ ହୋଇଥିଲେ ମଧ୍ୟ ଦୁର୍ଘଟଣାରେ ଅନେକ ଲୋକେ ପ୍ରାଣ ହରାଉଛନ୍ତି । ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲାରୁ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଡ଼ାବୁଙ୍ଗା ଥାନା ସରାଗୁଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାରଟି ଗଛକୁ ପିଟିବା ଫଳରେ ୩ଜଣଙ୍କର ମୃତ୍ୟୁ ଘଟିବା ସହ ୨ଜଣ ଗୁରୁତର ଅଛନ୍ତି । କାରଟି ଉମରକୋଟରୁ ନବରଙ୍ଗପୁର ଫେରୁଥିବା ଅବସ୍ଥାରେ ଏହି ଦୁର୍ଘଟଣାଟି ଘଟିଛି ।

କାର ଚାଳକ ରାସ୍ତା ନ ଜାଣି ଅଣାୟତ ହୋଇ ଗଛକୁ ନେଇ ପିଟିବା ଫଳରେ ଏପରି ଦୁର୍ଘଟଣା ଘଟିଛି । ତେବେ କାରରେ ସମୁଦାୟ ୫ଜଣ ଯାତ୍ରୀ ଥିଲେ । ସେଥିରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ପୋଲିସ ସେଠାରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ୨ଜଣଙ୍କୁ କୋରାପୁଟ ମେଡ଼ିକାଲରେ ଭର୍ତ୍ତି କରିଛି । ୨ଜଣ ଅତି ଗୁରୁତର ବୋଲି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.