fbpx

ବରମୁଣ୍ଡା ଓଭରବ୍ରିଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଭୁବନେଶ୍ୱର, ୧୪ ।୧୦(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ ଉପରେ ଆଜି ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଛି ମାଲ ବୋଝେଇ ଟ୍ରକ୍ । ଦୁର୍ଘଟଣା ପରେ କ୍ୟାବିନ ଭିତରେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରିଛନ୍ତି । ଉଭୟପଟୁ କ୍ରେନ୍ ଲଗାଇ ଦୁଇଟିକୁ ଅଲଗା କରିବାକୁ ଉଦ୍ୟମ କରାଯାଉଛି ।

ତେବେ ବିଶାଖାପାଟଣାରୁ ଗୋଟିଏ କମ୍ପାନୀର ୧୧ଟି ଗାଡି ବଣେଇ ଅଭିମୁଖେ ଯାଉଥିଲା।କିନ୍ତୁ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଗୋଟିଏ କଲମ୍ ଲୁହା ଟ୍ରକ୍ ଖରାପ ହୋଇଯିବାରୁ ସେଠାରେ ଅଟକି ରହିଥିଲା। କିନ୍ତୁ ପଛରୁ ଆସୁଥିବା ସେହି କମ୍ପାନୀର ଏକ କୋଇଲା ବୋଝେଇ ଟ୍ରକ୍ ଟ୍ରେଲରକୁ ପିଟିଥିଲା।

Get real time updates directly on you device, subscribe now.