fbpx

ଡକାୟତଙ୍କୁ ସୁହାଉଛି ନାଇଟ୍ କର୍ଫ୍ୟୁ: ଫ୍ଲିପକାର୍ଟ ଅଫିସରୁ ୧୮ ଲକ୍ଷ ଲୁଟ୍

ପାଟନା, ୪ା୫: କରୋନା ସମୟରେ ଦେଶରେ ଡକାୟତମାନେ ଅଧିକ ସକ୍ରିୟ ହୋଇଉଠିଛନ୍ତି । ବିହାରରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁର ସୁଯୋଗ ନେଇ ଡକାୟତମାନେ ବଡ଼ଧରଣର ଲୁଟ୍ କରିବାରେ ସକ୍ଷମ ହୋଇଛନ୍ତି । ତେବେ କର୍ଫ୍ୟୁ ସମୟରେ ରାସ୍ତାଘାଟ ଶୂନଶାନର ସୁଯୋଗ ନେଇ ଫ୍ଲିପକାର୍ଟ ଅଫିସରୁ ଡକାୟତମାନେ ୧୮ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି । ଛପରା ଜିଲ୍ଲାରେ ଲୁଟେରାମାନେ ଏହି ଲୁଟତରାଜ ଘଟାଇଛନ୍ତି । ପୋଲିସ ଏହି ଘଟଣାର ଛାନଭିନ୍ ଜାରି ରଖିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ୮ ଜଣ ଅପରାଧୀ ପ୍ରଥମେ ଫ୍ଲିପକାର୍ଟ କର୍ମଚାରୀଙ୍କୁ ଅପହରଣ କରିନେଇଥିଲେ । ପରେ କର୍ମଚାରୀଙ୍କ ଆଖିରେ ପଟି ବାନ୍ଧି ବାଇକରେ ୪ ଘଣ୍ଟା ଧରି ବୁଲାଇବା ପରେ ଫ୍ଲିପକର୍ଟ ଅଫିସକୁ ଆସି ମୋଟା ଅଙ୍କର ଅର୍ଥ ଲୁଟି ନେଇଥିବା ଜଣାପଡ଼ିଛି । ହଂସରାଜପୁରସ୍ଥିତ ଫ୍ଲିପକାର୍ଟ ଅନଲାଇନ୍ ସପିଂ କଲେକ୍ସନ ସେଣ୍ଟରରୁ ରବିବାର ଅଧା ରାତିରେ ଏହି ଲୁଟ୍ ହୋଇଛି ।

Get real time updates directly on you device, subscribe now.