fbpx

ରବର୍ଟ ଭଦ୍ରାଙ୍କ କମ୍ପାନୀର ଲାଇସେନ୍ସ ହେଲା ରଦ୍ଦ, ୮ ବର୍ଷର ପ୍ରକ୍ରିୟା ପରେ କାର୍ଯ୍ୟାନୁଷ୍ଠାନ

ରବର୍ଟ ଭଦ୍ରାଙ୍କ ଏକ ପ୍ରୋଜେକ୍ଟର ଲାଇସେନ୍ସ ରଦ୍ଧ କରିଛନ୍ତି ହରିୟାଣା ସରକାର । ସତ୍ତାରେ ଆସିବାର ୮ ବର୍ଷ ପରେ ଭାଜପା ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଭାଜପା ସରକାର ଗୁରୁଗ୍ରାମରେ ତିଆରି ହେଉଥିବା ସ୍କାଇଲାଇଟ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡର ରିୟଲ ଇଷ୍ଟେଟ ଲାଇସେନ୍ସକୁ ରଦ୍ଧ କରିଛନ୍ତି । ୨୦୦୮ ରେ ଯେତେବେଳେ ହରିୟାଣାରେ କଂଗ୍ରେସ ସରକାର ଥିଲା, ରବର୍ଟ ଭଦ୍ରାଙ୍କୁ ଏହି ଲାଇସେନ୍ସ ଦିଆଯାଇଥିଲା ।

ହରିୟାଣାରେ ୨୦୧୪ ରେ ଯେତେବେଳେ ଭାଜପା ସରକାର ସତ୍ତାରେ ଆସିଥିଲା ସେତେବେଳେ ପୂର୍ବରୁ ଥିବା କଂଗ୍ରେସ ସରକାରଙ୍କ ତରଫରୁ ରବର୍ଟ ଭଦ୍ରାଙ୍କ କମ୍ପାନୀଙ୍କୁ ଦିଆଯାଇଥିବା ଲାଇସେନ୍ସ ଉପରେ ବିରୋଧ ହୋଇଥିଲା । ଆଉ ଏବେ ବିଭାଗ ଲାଇସେନ୍ସ ରଦ୍ଧ କରିଛନ୍ତି । ଏବେ ସେହି ଜମିରେ କୌଣସି ନିର୍ମାଣ କାର୍ଯ୍ୟ ହେବନାହିଁ ।

ପ୍ରକୃତରେ ହୁଡ୍ଡା ସରକାର ଶସ୍ତା ଦାମରେ ଏହି ଜମିକୁ ରବର୍ଟ ଭଦ୍ରାଙ୍କୁ ଦେଇଥିଲେ କିନ୍ତୁ ପରେ ଏହାକୁ ଅଧିକ ଦାମରେ ଡିଏଲଏଫକୁ ବିକ୍ରି କରିଦିଆଯାଇଥିଲା । ଯାହାକୁ ବିରୋଧ କରିଥିଲେ ଭାଜପା ସରକାର । ଜଷ୍ଟିସ ଏସଏସ ଢୀଗରାଙ୍କ ଅଧ୍ୟକ୍ଷତାରେ ଏକ ଆୟୋଗ ଗଠନ କରାଯାଇଥିଲା । ଏହି ଯାଞ୍ଚର ଏକ ରିପୋର୍ଟ ତିଆରି କରାଯାଇଥିଲା ଏବଂ ସରକାରଙ୍କୁ ଦିଆଯାଇଥିଲା ।

ରିୟଲ ଇଷ୍ଟେଟ ଲାଇସେନ୍ସ କାହାକୁ ରେସିଡେଣ୍ଟ, କମର୍ସିଆଲ କିମ୍ବା ଇଣ୍ଡଷ୍ଟ୍ରିଆଲ କଲୋନୀ କରିବା ଅଧିକାର ମିଳିଥାଏ । ୨୦୧୨ରେ ଏକ ଲ୍ୟାଣ୍ଡ ଡିଲ ବେଶ୍ ବିବାଦରେ ରହିଥିଲା । ସ୍କାଇଲାଇଟ କମର୍ସିଆଲ କଲୋନୀ ତିଆରି କରିବା ପାଇଁ ଏହି ଲାଇସେନ୍ସ ଡିଏଲଏଫକୁ ଟ୍ରାନ୍ସଫର କରିଦେଇଥିଲା । ଆଇଏଏସ ଅଶୋକ ଖେମକା ସ୍କାଇଲାଇଟର ୩.୩୫ ଏକର ଜମିର ମ୍ୟୁଟେସନ ରଦ୍ଦ କରିଥିଲେ । ଆଉ ଏହା ପରେ ଏହି ମାମଲା ଚର୍ଚ୍ଚାରେ ରହିଥିଲା ।

Get real time updates directly on you device, subscribe now.