fbpx

ଆଫଗାନିସ୍ତାନର କାନ୍ଧାର ବିମାନ ବନ୍ଦରରେ ଆକ୍ରମଣ, ୩ ରକେଟ୍ ମାଡ ପରେ ସମସ୍ତ ଉଡାଣ ବାତିଲ

ନୂଆଦିଲ୍ଲୀ: ତାଲିବାନର ଅତ୍ୟାଚାରରେ ଅତିଷ୍ଠ ଆଫଗାନିସ୍ତାନରେ ଆକ୍ରମଣ ବଢିବାରେ ଲାଗିଛି । ଦେଶର କାନ୍ଧାର ବିମାନ ବନ୍ଦରେ ରକେଟ୍ ଆକ୍ରମଣ ହୋଇଛି । ସମାଚାର ଏଜେନ୍ସି ଏଏଫପି ଏହି ଘଟଣା ବିଷୟରେ ସୂଚନା ଦେଇଛି । କାନ୍ଧାର ବିମାନ ବନ୍ଦରରେ କ୍ରମାଗତ ତିନୋଟି ରକେଟ୍ ଆକ୍ରମଣ କରାଯାଇଛି । ଏଥିରୁ ଦୁଇଟି ରକେଟ୍ ରନୱେରେ ପଡିଛି । ଏହି ଘଟଣା ପରେ ବିମାନ ବନ୍ଦରରେ ସମସ୍ତ ଉଡାଣ ବାତିଲ କରାଯାଇଛି ।

କାବୁଲ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଅଧିକାରୀ ରକେଟ୍ ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି । ତାଲିବାନ କାନ୍ଧାରର ବାହ୍ୟ ଅଞ୍ଚଳରେ ସପ୍ତାହେ ଧରି କ୍ରମାଗତ ହମଲା କରି ଚାଲିଛନ୍ତି ।  ଏଥିରେ ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଦ୍ରୋହୀମାନେ ରାଜଧାନୀ କାବୁଲ କବଜା କରିବାର ଦ୍ୱାର ଦେଶରେ ପହଞ୍ଚି ଯାଇଛନ୍ତି ।

ଶନିବାର ବିଳମ୍ବିତ ରାତ୍ରିରେ ହୋଇଥିବା ଏହି ଆକ୍ରମଣରେ କୌଣସି ପ୍ରକାରର କ୍ଷୟକ୍ଷତିର ସୂଚନା ନାହିଁ । କିନ୍ତୁ ବିମାନ ବନ୍ଦରରେ ସମସ୍ତ ଉଡାଣ ରଦ୍ଦ କରାଯାଇଛି । ଆକ୍ରମଣ ପଛରେ ତାଲିବାନର ହାତ ଥିବା କୁହାଯାଉଛି । ଏହି ଆକ୍ରମଣ ସେହି ସମୟ ହୋଇଛି ଯେଉଁ ସମୟରେ ତାଲିବାନ ହେରାତ, ଲସ୍କର ଗାହ ଓ କାନ୍ଧାରକୁ ଚତୁଃପାଶ୍ୱର୍କୁ ଘେରି କି ରଖିଛି ।

ସୂଚନାଯୋଗ୍ୟ, କାନ୍ଧାର ଆଫଗାନିସ୍ତାନର ଦ୍ୱିତୀୟ ସବୁଠୁ ବଡ ସହର ଏବଂ ସେନା ପାଇଁ ଏହା ସବୁଠୁ ମହତ୍ୱପୂର୍ଣ୍ଣ । କାରଣ ଏଠାର ବିମାନ ବନ୍ଦରରୁ ଅସ୍ତ୍ର ସସ୍ତ୍ର ଓ ସେନା ସାମଗ୍ରୀ ପରିବହନ କରାଯାଏ । ଏଥିପାଇଁ ତାଲିବାନ ଏହି ବିମାନ ବନ୍ଦରକୁ କବଜା କରି ଆଫଗାନ ସେନାକୁ ଦୁର୍ବଳ କରିବାକୁ ପ୍ରୟାସ ଚଳାଇଛନ୍ତି ।

Get real time updates directly on you device, subscribe now.