fbpx

2nd Warm Up: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ, ରୋହିତ କରିପାରନ୍ତି ବଡ ଏକ୍ସପେରିମେଣ୍ଟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ୱାର୍ମ-ଅପ ମ୍ୟାଚରେ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ରୋହିତ ସେନା । ପ୍ରଥମ ୱାର୍ମ-ଅପରେ ଅଷ୍ଟ୍ରେଲିଆକୁ ମାତ ଦେଇ ଏବେ ନ୍ୟୁଜିଲାଣ୍ଡକୁ ସାମନା କରିବ ଟିମ ଇଣ୍ଡିଆ । ରାହୁଲ ଏବଂ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ଏବଂ ବୋଲରଙ୍କ କମାଲରେ ଏହି ମ୍ୟାଚକୁ ୬ ରନରେ ହାତେଇଥିଲା ଭାରତ । ତେଣୁ ଆଜିର ମ୍ୟାଚରେ ଅଧିନାୟକ ରୋହିତ ଶର୍ମା କିଛିଟା ଏକ୍ସପେରିମେଣ୍ଟ କରିପାରନ୍ତି । କାରଣ ଆଜି ହିଁ ଭାରତକୁ ନିଜର ବେଷ୍ଟ ପ୍ଲେଇଙ୍ଗ ୧୧ ବାଛିବାର ଶେଷ ସୁଯୋଗ ରହିବ । ତେବେ ଆଜିର ମ୍ୟାଚରେ ରୋହିତ, କୋହଲି, ପାଣ୍ଡ୍ୟା ଏବଂ ଭୁବନେଶ୍ୱର ଭଳି ଖେଳାଳିମାନଙ୍କୁ ଲୟରେ ଫେରିବାକୁ ପଡିବ ।

ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ-ଅପ ମ୍ୟାଚରେ ୧୫ ଜଣଙ୍କୁ ଖେଳାଇଥିଲେ ରୋହିତ । ତେବେ ଏହି ମ୍ୟାଚରେ ନିଜ ଜଲୱା ଦେଖାଇ ପାରିନଥିବା ଖେଳାଳିମାନଙ୍କୁ ସୁଯୋଗ ଦେବାକୁ ଚାହିଁବ ଟିମ ଇଣ୍ଡିଆ । ତେବେ ଏମାନଙ୍କ ଭିତରେ ସବୁଠୁ ବଡ ନାଁ ରହିଛି ୱିକେଟ କିପର ଋଷଭ ପନ୍ତ । ବର୍ତ୍ତମାନ ଭାରତୀୟ ଟିମ ଦିନେଶ କାର୍ତ୍ତିକଙ୍କ ସହ ଆଗକୁ ବଢିଚାଲିଛି । ତେବେ ଆଜିର ମ୍ୟାଚରେ ତାଙ୍କୁ ସୁଯୋଗ ମିଳୁଛି କି ନାହିଁ ତାହା ଦେଖିବା ରୋମାଞ୍ଚକର ହେବ ।

ଦିନ ୧.୩୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ମଅପ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏହି ଦଳରେ ବିଶେଷ କରି ରୋହିତ, ବିରାଟ, ପାଣ୍ଡ୍ୟା ଏବଂ ଭୁବନେଶ୍ୱର କୁମାରଙ୍କ ଉପରେ ବିଶେଷ ଗୁରୁତ୍ୱ ଦେବ ଟିମ ମ୍ୟାନେଜମେଣ୍ଟ । ସେହିପରି ଚହଲ ଏବଂ ଅଶ୍ୱୀନ ମଧ୍ୟ ଟିମର ନଜରରେ ରହିବେ । ସେମାନଙ୍କ କ୍ଷମତା ଅନୁସାରେ ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ଆଶା କରିବ ରୋହିତ ସେନା ।

Get real time updates directly on you device, subscribe now.