fbpx

ଟି-୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏ ପର୍ଯ୍ୟନ୍ତ ଏହି କାରନାମା କରି ପାରି ନାହାନ୍ତି ରୋହିତ ଶର୍ମା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ମଙ୍ଗଳବାରଠୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ଟି-୨୦ ବିଶ୍ଵ କପ୍ ଦୃଷ୍ଟିରୁ ଉଭୟ ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। ତେବେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏହି ସିରିଜରେ ସେହି ସଫଳତା ହାସଲ କରିବାକୁ ଚାହିଁବେ ଯାହା ସେ ଟି-୨୦ କ୍ରିକେଟରେ ଅଷ୍ଟ୍ରେଲିଆ ବିପକ୍ଷରେ କରି ପାରି ନାହାନ୍ତି। ରୋହିତ ଅଦ୍ୟାବଧି କଙ୍ଗାରୁ ଦଳ ବିପକ୍ଷରେ ୧୯ଟି ଟି-୨୦ ମୁକାବିଲା ଖେଳି ସାରିଛନ୍ତି। ହେଲେ ସେ ଥରୁଟିଏ ବି ମ୍ୟାନ୍ ଅଫ ଦ ମ୍ୟାଚ୍ ପୁରସ୍କାର ଜିତି ପାରି ନାହାନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ବିନା ମ୍ୟାନ୍ ଅଫ ଦି ମ୍ୟାଚରେ ସର୍ବାଧିକ ମ୍ୟାଚ୍ ଖେଳିଥିବା ଖେଳାଳି ହେବାର ଅପକୀର୍ତ୍ତି ରୋହିତଙ୍କ ନାମରେ ରହିଛି। ଏହି ତାଲିକାରେ ରୋହିତଙ୍କ ପରେ ରହିଛି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ।

ଅଷ୍ଟ୍ରେଲିଆ ବିପକ୍ଷରେ ୧୯ଟି ମ୍ୟାଚରେ ରୋହିତ ୨୨.୭୧ ହାରରେ ମାତ୍ର ୩୧୮ ରନ କରିଛନ୍ତି। ଏହି ସମୟରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ରହିଛି ୭୯ ରନ। ମାତ୍ର ଉକ୍ତ ମ୍ୟାଚରେ ବି ସେ ମ୍ୟାନ୍ ଅଫ ଦ ମ୍ୟାଚ୍ ଆଓ୍ଵାର୍ଡ ଜିତି ପାରିନଥିଲେ। ରୋହିତ ଏହି ଇନିଂସ ୨୦୧୦ରେ ଟି-୨୦ ବିଶ୍ଵ କପରେ ଖେଳିଥିଲେ। ତଥାପି ଦଳ ୪୯ ରନରେ ପରାଜୟର ମୁହଁ ଦେଖିବାକୁ ମିଳିଥିଲା।

ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ମ୍ୟାଚ୍ ଖେଳି ମ୍ୟାନ୍ ଅଫ ମ୍ୟାଚ୍ ଜିତିନଥିବା ଖେଳାଳି
୧୯- ରୋହିତ ଶର୍ମା
୧୭- ଏମଏସ ଧୋନୀ
୧୭- ସୋଏବ ମଲିକ
୧୫- ଜେପି ଡୁମିନି

Get real time updates directly on you device, subscribe now.