fbpx

ରୋହିତ ଶର୍ମାଙ୍କୁ ସବୁ ଫର୍ମାଟର ଅଧିନାୟକ କରାଯିବା ଉଚିତ: ଗମ୍ଭୀର

ନୂଆଦିଲ୍ଲୀ: ବିରାଟ କୋହଲି ନିକଟରେ ଟେଷ୍ଟ ଅଧିନାୟକ ପଦରୁ ଓହରି ଯିବା ପରେ ତାଙ୍କ ସ୍ଥାନରେ ଅନ୍ୟ କେଉଁ ଖେଳାଳିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ ,ସେ ନେଇ ବିଚାର ବିମର୍ଷ ଚାଲିଛି । ଏହି ଦୌଡରେ କେଏଲ ରାହୁଲ,ରବିଚନ୍ଦ୍ରନ ଅଶ୍ୱିନ, ପେସ୍‌ ବୋଲର ଯଶପ୍ରୀତ ବୁମରା ଓ ୱିକେଟ କି ର ରିଷଭ ପନ୍ତ ପ୍ରମୁଖ ସାମିଲ ହୋଇ ଥିବା ବେଳେ ବିସିସିଆଇ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ପାରୁନି । ତେବେ ନୂଆ ଅଧିନାୟକ ନିଯୁକ୍ତି ସମ୍ପର୍କରେ ଦୃଷ୍ଟି ।ତ କରି ପୂର୍ବତନ ଭାରତୀୟ ଓପନିଂ ବ୍ୟାଟର ଗୌତମ ଗମ୍ଭୀର କହିଛନ୍ତି ଯେ ରୋହିତ ଶର୍ମା ବର୍ତ୍ତମାନ ଦିନିକିଆ ଓ ଟି-୨୦ ଅଧିନାୟକ ଅଛନ୍ତି । ସେହି ରି ଭାରତୀୟ ଟେଷ୍ଟ ଦଳର ମଧ୍ୟ ଉପ- ଅଧିନାୟକ ଦାୟିତ୍ୱ ତୁଲାଉ ଥିବା ଦୃଷ୍ଟିରୁ ତାଙ୍କୁ ଏହି ପରିସ୍ଥିତିରେ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଗଲେ ଭଲ ହେବ ବୋଲି ଅନୁଭବ କରୁଛି । କାରଣ ସବୁ ଫର୍ମାଟ ପାଇଁ ଜଣେ ଅଧିନାୟକ ରହିଲେ ନିଶ୍ଚିତ ଭଲ ହେବ । ସୂଚନା ଯୋଗ୍ୟ ଯେ ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଓ ଯୁବରାଜ ସିଂ ରିଷଭ ପନ୍ତଙ୍କୁ ଅଧିନାୟକ ନିଯୁକ୍ତି କରିବାକୁ ଅଧିକ ପସନ୍ଦ କରୁଥିବା ବେଳେ ପୂର୍ବତନ ମୁମ୍ବାଇ କ୍ରିକେଟର ତଥା ଭାରତୀୟ ଦଳ ଅଧିନାୟକ ଦିଲ୍‌ୀପ ଭେଙ୍ଗସରକାର ରବିଚନ୍ଦ୍ରନ ଅଶ୍ୱିନ କିମ୍ବା ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ ସପକ୍ଷରେ ମତ ଦେଇଛନ୍ତି ।

Get real time updates directly on you device, subscribe now.