କେବଳ ରୋହିତ ନୁହନ୍ତି, ୨୦୨୬ ଶେଷ ସୁଦ୍ଧା ସନ୍ନ୍ୟାସ ନେଇପାରନ୍ତି ଭାରତର ଏହି ୪ ଜଣ ଦିଗ୍ଗଜ କ୍ରିକେଟର!
୨୦୨୬ ଶେଷ ସୁଦ୍ଧା ସନ୍ନ୍ୟାସ ନେଇପାରନ୍ତି ଭାରତର ଏହି ୪ ଜଣ ଦିଗ୍ଗଜ କ୍ରିକେଟର!
ଓଡ଼ିଶା ଭାସ୍କର ଡେସ୍କ: ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରାୟ ଦେଢ଼ ବର୍ଷ ସମୟ ବାକି ଅଛି, କିନ୍ତୁ ଏହା ପୂର୍ବରୁ ଭାରତୀୟ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି । ଆସନ୍ତା ଜୁଲାଇ ୧୯ ତାରିଖରେ ଲର୍ଡସ ମୈଦାନରେ ହିଟ୍ମ୍ୟାନ୍ ରୋହିତ ଶର୍ମା ନିଜର ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ତେବେ କେବଳ ରୋହିତ ନୁହନ୍ତି, ତାଙ୍କ ବ୍ୟତୀତ ଭାରତର ଆଉ ୪ ଜଣ ଷ୍ଟାର୍ ଖେଳାଳି ଅଛନ୍ତି, ଯେଉଁମାନେ ବର୍ଷ ୨୦୨୬ ଶେଷ ହେବା ପୂର୍ବରୁ କ୍ରିକେଟକୁ ଅଲବିଦା କହିପାରନ୍ତି । ଆସନ୍ତୁ ଜାଣିବା ସେହି ୪ ଜଣ କ୍ରିକେଟର କିଏ ଏବଂ କାହିଁକି ସେମାନଙ୍କ ଅବସର ନେଇ ଚର୍ଚ୍ଚା ହେଉଛି..
ରୋହିତ ଶର୍ମା: ଏହି ତାଲିକାରେ ସବୁଠାରୁ ପ୍ରଥମ ନାମ ହେଉଛି ଅଧିନାୟକ ରୋହିତ ଶର୍ମାଙ୍କର । ସେ ଟି-୨୦ ଏବଂ ଟେଷ୍ଟ ଫର୍ମାଟ୍ରୁ ପୂର୍ବରୁ ହିଁ ଅବସର ନେଇସାରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଲେକ୍ଟର୍ସମାନେ ୨୦୨୭ ବିଶ୍ୱକପ୍ ଯୋଜନାରେ ରୋହିତଙ୍କଠାରୁ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।
ଜୁଲାଇ ୧୯ ରେ ସେ ସନ୍ନ୍ୟାସ ନେଇପାରନ୍ତି ଏବଂ ଆଗାମୀ ଦିନରେ ଓପନିଂରେ ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜସୱାଲଙ୍କୁ ସୁଯୋଗ ଦିଆଯିବାର ଯୋଜନା ରହିଛି ।
ମହମ୍ମଦ ଶାମି: ଭାରତର ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ଶାମି ଶେଷ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଟିମ୍ ଇଣ୍ଡିଆ ପାଇଁ ଖେଳିଥିଲେ । ଇଞ୍ଜୁରିରୁ ସୁସ୍ଥ ହେବା ପରେ ଶାମି ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଟିମ୍ ଇଣ୍ଡିଆକୁ ଫେରିବା ତାଙ୍କ ପାଇଁ କଷ୍ଟକର ମନେହେଉଛି ।
Uttarakhand Govt.
୨୦୨୭ ବିଶ୍ୱକପ୍ ପାଇଁ ହର୍ଷିତ ରାଣା, ଗୁରନୁର ବ୍ରାର ଏବଂ ପ୍ରିନ୍ସ ଯାଦବଙ୍କ ଭଳି ଅନେକ ଯୁବ ବୋଲର ଏବେ ଦାବିଦାର ସାଜିଛନ୍ତି, ଯାହା ଶାମିଙ୍କ ଅବସରର କାରଣ ହୋଇପାରେ ।
ବିରାଟ କୋହଲି: ରନ ମେସିନ ବିରାଟ କୋହଲି ନିଜେ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । କିନ୍ତୁ ବର୍ତ୍ତମାନ ଟିମ୍ ମ୍ୟାନେଜମେଣ୍ଟ ସିନିୟର ଖେଳାଳିଙ୍କ ପ୍ରତି କଠୋର ଆଭିମୁଖ୍ୟ ଆପଣାଇବା ସହ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ନୀତି ଉପରେ କାମ କରୁଛି ।
ବିରାଟ ଏବେ ଭଲ ଫର୍ମରେ ଅଛନ୍ତି, କିନ୍ତୁ ଆଗାମୀ କିଛି ମ୍ୟାଚ୍ରେ ଖରାପ ପ୍ରଦର୍ଶନ ତାଙ୍କୁ ଟିମ୍ରୁ ବାହାର କରିପାରେ, ଯାହା ପରେ ସେ ସନ୍ନ୍ୟାସ ଘୋଷଣା କରିପାରନ୍ତି ।
ରବୀନ୍ଦ୍ର ଜାଡେଜା: ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କେବେଠାରୁ ଦଳରୁ ବାଦ୍ ପଡ଼ିଲେ, ତାହା କେହି ବୁଝିପାରିଲେ ନାହିଁ । ୨୦୨୪ ଟି-୨୦ ବିଶ୍ୱକପ୍ ପରେ ସେ ଟି-୨୦ ରୁ ସନ୍ନ୍ୟାସ ନେଇଥିଲେ ମଧ୍ୟ ଦିନିକିଆ ଓ ଟେଷ୍ଟ ପାଇଁ ଉପଲବ୍ଧ ଅଛନ୍ତି । ତେବେ ତାଙ୍କୁ ପ୍ରଥମେ ଆଫଗାନିସ୍ତାନ ଏବଂ ପରେ ଇଂଲଣ୍ଡ ସିରିଜ୍ରେ ମଧ୍ୟ ସୁଯୋଗ ମିଳିନାହିଁ । ଏପରିକି ଟେଷ୍ଟ ଦଳରେ ମଧ୍ୟ ତାଙ୍କ ସ୍ଥାନ କେତେ ଦିନ ସୁରକ୍ଷିତ ରହିବ, ତାର କୌଣସି ଗ୍ୟାରେଣ୍ଟି ନାହିଁ ।
ତେବେ ଟିମ୍ ଇଣ୍ଡିଆରେ ଚାଲିଥିବା ‘ୟଙ୍ଗ୍ ବ୍ଲଡ୍’ ବା ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେବା ନୀତି ଯୋଗୁଁ, ଏହି ଚାରି ଦିଗ୍ଗଜ ସିନିୟର ଖେଳାଳିଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ୨୦୨ ୬ ଶେଷ ସୁଦ୍ଧା ସମାପ୍ତ ହେବାର ସମ୍ଭାବନା ଅଧିକ ଦେଖାଯାଉଛି ।

