fbpx

୨ ଲକ୍ଷ ଟଙ୍କିଆ Royal Enfield ବାଇକ୍ ମିଳୁଛି ମାତ୍ର ୬୧ ହଜାରରେ, ଏଥିସହ ରହିଛି ୧୨ ମାସର ୱାରେଣ୍ଟି

ନୂଆଦିଲ୍ଲୀ: ରୟାଲ ଏନଫିଲ୍ଡ ବ୍ରାଣ୍ଡର ବାଇକର ଲୋକପ୍ରିୟତା ବିଷୟରେ କିଏ ବା ନ ଜାଣେ । ମାତ୍ର ଅଧିକ ଦାମ ହେତୁ ଅନେକ ଏହା କିଣିବାକୁ ପଛଘୁଞ୍ଚା ଦେଇଥାନ୍ତି । ତେବେ ଆପଣ ଦୁଇ ଲକ୍ଷ ଟଙ୍କିଆ ରୟାଲ ଏନଫିଲ୍ଡ ଥଣ୍ଡରବାର୍ଡ ୩୫୦କୁ ମାତ୍ର ୬୧ ହଜାରେ ଟଙ୍କାରେ କିଣିପାରିବେ । ବାସ୍ତବରେ ଏହା ଏକ କ୍ରୁଜ ଷ୍ଟାଇଲ ଓ ଏଥିରେ ୩୫୦ ସିସିର ଇଞ୍ଜନ ଦିଆଯାଇଛି । ବ୍ଲାକ କଲରର ଏହି ବାଇକକୁ କିଣିବା ଦ୍ୱାରା ଆପଣଙ୍କୁ ୧୨ ମାସର ୱାରେଣ୍ଟି ସହିତ ମନିବ୍ୟାକ ଅଫର ପ୍ରଦାନ କରାଯିବ ।

ରୟାଲ ଏନଫିଲ୍ଡ ଥଣ୍ଡରବାର୍ଡ ୩୫୦ ବାଇକର ୨୨ଟି ଫଟୋ bikes24.com ନାମକ ଏକ ୱେବସାଇଟରେ ଅପଲୋଡ୍ କରାଯାଇଛି । ଏହା ଏକ ସେକେଣ୍ଡ ହାଣ୍ଡ ସେଗମେଣ୍ଟର ବାଇକ୍ ଓ ଏହାକୁ ଆପଣ ସହଜ କିସ୍ତିରେ କିଣିପାରିବେ । ଏହି ବାଇକର ବ୍ରାଣ୍ଡ ନ୍ୟୁ କଣ୍ଡିସନ ୨ ଲକ୍ଷ ଟଙ୍କା ହୋଇଥିବା ବେଳେ କମ୍ପାନୀ ଏହାର ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରିଛି । ଯଦି ଆପଣ ଶସ୍ତାରେ ପୁରୁଣା ଡିଜାଇନର ଥଣ୍ଡରବାର୍ଡ ୩୫୦ କିଣିବାକୁ ଚାହାନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ । ଏହି ବାଇକ୍ ୨୦୧୪ର ମଡେଲ ଓ ଏହା ଏକ ଫାଷ୍ଟ ଓନର ବାଇକ୍ ଅଟେ । ଏଥିସହ ଏହା ୭୦ ହଜାର କିମି ଚାଲିବା ସହ ଏହା ଦିଲ୍ଲୀର ଡିଏଲ-୦୪ ଆରଟିଓରେ ପଞ୍ଜୀକୃତ ହୋଇଛି ।

Get real time updates directly on you device, subscribe now.