fbpx

୯୭୬୦ ଶିକ୍ଷକ ପଦ ପାଇଁ ଭ୍ୟାକେନ୍ସି: ୧୦ ତାରିଖ ରହିଛି ଆବେଦନର ଅନ୍ତିମ ତାରିଖ

ନୂଆଦିଲ୍ଲୀ: ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ଖୁସିଖବର । ୯୭୬୦ ଶିକ୍ଷକ ପଦବୀ ପାଇଁ ସୃଷ୍ଟି ହୋଇଛି ଖାଲିପଦ । ରାଜସ୍ଥାନ ଲୋକସେବା ଆୟୋଗ ପକ୍ଷରୁ ଏହି ଶିକ୍ଷକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୧୦ ମେ, ୨୦୨୨ ଆବେଦନର ଅନ୍ତିମ ତାରିଖ ରହିଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବାହାର କରାଯାଇଥିବା ଏହି ପଦ ଗୁଡିକର ବିଜ୍ଞପ୍ତି ପାଇଁ ଆଜି ହିଁ ଆବେଦନ କରନ୍ତୁ ।

ସମୁଦାୟ ୭ଟି ବିଷୟ ପାଇଁ ଏହି ସବୁ ଖାଲି ପଦ ସୃଷ୍ଟି ହୋଇଛି । ଇଂରାଜୀରେ ୧୬୬୮ଟି ପଦବୀ ଖାଲି ରହିଥିବା ବେଳେ, ହିନ୍ଦିରେ ୧୨୯୮, ଗଣିତରେ ୧୬୧୩, ସଂସ୍କୃତରେ ୧୮୦୦, ବିଜ୍ଞାନରେ ୧୫୬୫, ସାମାଜିକ ବିଜ୍ଞାନରେ ୧୬୪୦, ପଞ୍ଜାବୀରେ ୭୦, ଉର୍ଦ୍ଦୁରେ ୧୦୬ଟି ପଦବୀ ଖାଲି ରହିଛି ।

ସମୁଦାୟ ୯୬୭୦ ପଦ ଖାଲି ରହିଥିବା ବେଳେ ଏହି ଲିଙ୍କରେ କ୍ଲିକ୍ କରି ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ।

Get real time updates directly on you device, subscribe now.