RRBରେ ବମ୍ପର ନିଯୁକ୍ତି ସୁଯୋଗ, ୧୦ମ ପାସ୍ କରିଥିଲେ ବି କରିପାରିବେ ଆବେଦନ, ୨୨ ହଜାରର ଅଧିକ ପୋଷ୍ଟ ଖାଲି

 RRBରେ ବମ୍ପର ନିଯୁକ୍ତି ସୁଯୋଗ, ୧୦ମ ପାସ୍ କରିଥିଲେ ବି କରିପାରିବେ ଆବେଦନ

Railway Recruitment: ରେଳୱେ ଗ୍ରୁପ୍ D ନିଯୁକ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ଅପଡେଟ୍ ଆସିଛି। ରେଳୱେ ରିକ୍ରୁଟମେଣ୍ଟ ବୋର୍ଡ (RRB) ୨୦୨୬ ଗ୍ରୁପ୍ D ଭର୍ତ୍ତି ପ୍ରକ୍ରିୟାର ଆବେଦନ ତାରିଖକୁ ପୋଷ୍ଟପୋନ୍ କରିଛି। ପୂର୍ବରୁ ୨୧ ଜାନୁଆରୀ ୨୦୨୬ରୁ ଆବେଦନ ଆରମ୍ଭ ହେବାକୁ ଥିଲା । ମାତ୍ର ଏବେ ଏହି ସମୟକୁ ବଦଳାଇଛି । ସଦ୍ୟତମ ରିପୋର୍ଟ ଅନୁସାରେ, ଏଥିପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ୩୧ ଜାନୁଆରୀ ୨୦୨୬ରୁ ଆରମ୍ଭ ହେବ।

RRB ଦ୍ୱାରା ଜାରି କରାଯାଇଥିବା ନୋଟିସ୍ ଅନୁସାରେ, ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ପ୍ରାୟ ୨୨,୦୦୦ଟି ଖାଲି ପଦବି ପୁରଣ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ନିଜ-ନିଜ ରେଳୱେ ଜୋନର ଆଧିକାରିକ ୱେବସାଇଟ୍‌କୁ ଯାଇ ନୋଟିସ୍ ଦେଖିପାରିବେ।

ନୂଆ ନୋଟିସ୍ ଅନୁଯାୟୀ, ପ୍ରାର୍ଥୀମାନେ ୩୧ ଜାନୁଆରୀରୁ ୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ସମୟ ୨ ମାର୍ଚ୍ଚ ରାତି ୧୧.୫୯ ପର୍ଯ୍ୟନ୍ତ ରହିବ। ଏହା ପରେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ।

RRB ପ୍ରାର୍ଥୀମାନଙ୍କୁ ଆବେଦନ ପୂର୍ବରୁ ଆଧାର ସମ୍ପର୍କିତ ସୂଚନା ଅପଡେଟ୍ ରଖିବାକୁ ପରାମର୍ଶ ଦେଇଛି। ଆଧାର କାର୍ଡରେ ଥିବା ନାମ ଓ ଜନ୍ମତାରିଖ ୧୦ ଶ୍ରେଣୀ ସର୍ଟିଫିକେଟ୍‌ର ସୂଚନା ସହ ସମ୍ପୂର୍ଣ୍ଣ ମେଳ ଖାଇବା ଆବଶ୍ୟକ। ସେଥିସହିତ, ଫଟୋ, ଫିଙ୍ଗରପ୍ରିଣ୍ଟ ଏବଂ ଆଇ ସ୍କାନ୍ ଭଳି ବାୟୋମେଟ୍ରିକ୍ ସୂଚନା ମଧ୍ୟ ଅପଡେଟ୍ ରଖିବାକୁ କୁହାଯାଇଛି।

ବୟସ ସୀମା: RRB ଗ୍ରୁପ୍ D ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୩୩ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ରିଜର୍ଭ୍ଡ କ୍ୟାଟେଗୋରି ପ୍ରାର୍ଥୀମାନଙ୍କୁ ନିୟମ ଅନୁଯାୟୀ କଟ୍ ଅଫ୍ ମିଳିବ। ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ଆଧିକାରିକ RRB ୱେବସାଇଟ୍ ଦେଖିପାରିବେ।