fbpx

ଦଶମ ପାସଙ୍କ ପାଇଁ ଭାରତୀୟ ରେଳରେ ବାହାରିଛି ଚାକିରି; ମାସକୁ ଦରମା ୫୬,୦୦୦ରୁ ଅଧିକ

ନୂଆଦିଲ୍ଲୀ: ଉତ୍ତର କେନ୍ଦ୍ରୀୟ ରେଳବାଇ, ଏନସିଆରରେ apprentice ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ ଆରପିସି ପ୍ରୟାଗରାଜର ଅଫିସିଆଲ ୱେବସାଇଟ୍ rrcpryj.org କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ । ଏହିସ ପଦବୀରେ ଆବେଦନଗୁଡିକ ନଭେମ୍ବର ୨ରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ହେଉଛି ୧ ଡିସେମ୍ବର୨୦୨୧ । ଏହି ନିଯୁକ୍ତି ଉତ୍ତର କେନ୍ଦ୍ରୀୟ ରେଳବାଇ ଦ୍ୱାରା ପରିଚାଳିତ ହେବ, ଯାହାକି ସାରାଦେଶରେ ଆବେଦନକାରୀଙ୍କଠାରୁ ଅନଲାଇନ୍ ଆବେଦନ ଗ୍ରହଣ ପାଇଁ ନୋଡାଲ ଏଜେନ୍ସି ଭାବେ ମନୋନୀତ ହୋଇଛି । ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ରେଳବାଇର ୧୬୬୪ଟି ପଦବୀ ପୂରଣ ହେବ ।

ଯେଉଁ ପ୍ରାର୍ଥୀମାନେ apprenticeship ପାଇଁ ଆବଦନ କରିବାକୁ ଚାହୁଁଛନ୍ତି, ସେମାନେ ମାନ୍ୟତା ପ୍ରାପ୍ତ ବୋର୍ଡରେ ୫୦ ପ୍ରତିଶତ ଅଙ୍କ ବା ମାର୍କ ସହିତ ଏସଏସସି/ମାଟ୍ରିକ୍/୧୦ମ ଶ୍ରେଣୀ ପାସ୍ କରିଥିବା ଦରକାର । ଏହା ସହ ଆଇଟିଆଇ ଡିଗ୍ରୀ ବି ଜରୁରୀ ।

ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ନିର୍ଦ୍ଧାରିତ ଯୋଗ୍ୟତା ବିଷୟରେ ଜାଣିବାକୁ ଚାହୁଁଥିଲେ ପ୍ରାର୍ଥୀମାନେ ଅଫିସିଆଲ ନୋଟିଫିକେସନ ଚେକ୍ କରିପାରିବେ ।

ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କ ଭାବେ ୧୦୦ ଟଙ୍କା ଦେବାକୁ ପଡିବ । ଅନଲାଇନ୍ ମାଧ୍ୟମରେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ନେଟ ବ୍ୟାଙ୍କିଂ ମାଧ୍ୟମରେ ପରୀକ୍ଷା ଶୁଳ୍କ ପେମେଣ୍ଟ କରିପାରିବେ । ସରଂକ୍ଷିତ ଗର୍ବ/ପିଡବ୍ଲୁଡି/ମହିଳାଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ଦଶମ ମାର୍କ ଆଧାରରେ ନିଯୁକ୍ତି ମେରିଟ ମାଧ୍ୟମରେ କରାଯିବ । ମନୋନୀତ ପ୍ରାର୍ଥୀମାନଙ୍କୁ ୫୬,୯୦୦ / – ପର୍ଯ୍ୟନ୍ତ ଦରମା ଦିଆଯିବ । ଅନ୍ୟ କୌଣସି ବିଷୟରେ ଜାଣିବାକୁ ଚାହୁଁଥିଲେ ୱେବସାଇଟ rrcpryj.orgକୁ ଯାଇ ସବିଶେଷ ସୂଚନା ପାଇପାରିବେ । https://www.rrcpryj.org/Downloads/Notification-Act-Apprentices-02-2021.pdf

Get real time updates directly on you device, subscribe now.