fbpx

OSCARS ଜିତିବ RRR! ଜୁନିୟର NTRଙ୍କୁ ନେଇ ବିଶ୍ୱ ସ୍ତରରେ ହେଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଡାଇରେକ୍ଟର ଏସଏସ ରାଜାମୌଲୀଙ୍କ ‘ଆରଆରଆର’ ଫିଲ୍ମରେ ଜୁନିୟର ଏନଟିଆର ରୋମାରାମ ଭୀମ ଭୂମିକା ନିଭାଇଥିଲେ । ତେବେ ଆରଆରଆର ପାଇଁ ଏନଟିଆର ଓସ୍କାର ନୋମିନେସନ ଜିତିବ । ଏପରି ଭବିଷ୍ୟବାଣୀ କରିଛି ଆମେରିକାର ଏକ ପ୍ରସିଦ୍ଧ ଅନଲାଇନ ପୋର୍ଟାଲ । ‘ଆରଆରଆର’ରେ ଏନଟିଆର ଓ ରାମ ଚରଣଙ୍କ ଆକ୍ଟିଂକୁ ନେଇ ଏବେ ସାରା ଦୁନିଆରେ ଚର୍ଚ୍ଚା ଜାରି ରହିଛି ।
‘ଆରଆରଆର’ ଭାରତୀୟ ସିନେମାକୁ ଇଣ୍ଟରନ୍ୟାସନାଲ ସ୍ତରରେ ସଫଳ କରାଇବାରେ ସକ୍ଷମ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଓ କଳାକାରଙ୍କ ଅଭିନୟ ପାଇଁ ସାରା ଦୁନିଆରେ ଫିଲ୍ମଟି ଏ ଲିଷ୍ଟରେ ସାମିଲ ହୋଇପାରିଛି । ତେଣୁ ଆସନ୍ତା ୨୦୨୩ ଓସ୍କାର ପାଇଁ ‘ଆରଆରଆର’ ମୁଖ୍ୟ ଦାବିଦାର ହେବ । ନିଜର ଦମଦାର ଅଭିନୟ ପାଇଁ ଏନଟିଆର ଓସ୍କାର ନୋମିନେସନରେ ଜିତିପାରିବେ ବୋଲି ଆମେରିକାର ଅନଲାଇନ ପୋର୍ଟାଲ ଭବିଷ୍ୟବାଣୀ କରିଛି । ଫିଲ୍ମଟି ଓସ୍କାର ନୋମିନେସନରେ ଜିତିବା ପାଇଁ ୯୯ ପ୍ରତିଶତ ସୁଯୋଗ ରହିଥିବା ବଲିଉଡ ଫିଲ୍ମନିର୍ମାତା ଅନୁରାଗ କାଶ୍ୟପ କହିଛନ୍ତି ।
‘ଆରଆରଆର’ ଫିଲ୍ମ ରିଲିଜ ହେବା ପରେ ବକ୍ସ ଅଫିସରେ ସୁନାମି ଆସିଥିଲା । ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ସତେ ଯେମିତି ପାଗଳ ହୋଇ ଉଠିଥିଲେ । ସମସ୍ତ ସିନେମା ହଲମାନଙ୍କରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଫିଲ୍ମକୁ ଦେଖିବା ପରେ ଥିଏଟରରେ ଲୋକମାନେ ବହୁତ ପ୍ରଶଂସା କରୁଥିବା ଦେଖାଯାଇଥିଲା । ଫିଲ୍ମକୁ ଆଜି ବି ଦର୍ଶକ ଓଟିଟି ପ୍ଲାଟଫର୍ମରେ ଦେଖୁଛନ୍ତି । ରାଜାମୌଲୀଙ୍କ ଏହି ଫିଲ୍ମ ଅନେକ ଅନ୍ତର୍ଜାତୀୟ ସ୍ତରର ପ୍ରଡ୍ୟୁସରଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଛି । ଫିଲ୍ମଟି ଅନେକ ସପ୍ତାହ ଧରି ନେଟଫ୍ଲିକ୍ସରେ ଟ୍ରେଣ୍ଡ କରିଥିଲା ।

Get real time updates directly on you device, subscribe now.