fbpx

ହକିର ଗ୍ରେଟ ୱାଲ ଶ୍ରୀଜେଶଙ୍କୁ ୧ କୋଟିର ଉପହାର;ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଳୀ: ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବ୍ରୋଞ୍ଜ ପଦକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୋଲକିପର ପି ଆର ଶ୍ରୀଜେସଙ୍କୁ ମିଳିଛି ୧ କୋଟି ଟଙ୍କାର ଉପହାର । ଦୁବାଇର ବ୍ୟବସାୟୀ ଶମଶେର ଭାୟାଲିଲଙ୍କ ପକ୍ଷରୁ ଭାରତୀୟ ଦଳର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରୀଜେସଙ୍କୁ ଏହି ପୁରସ୍କାର ମିଳିଛି । ପୂର୍ବରୁ ହରିୟାଣା ସରକାର ଭାରତୀୟ ପୁରୁଷ ହକି ଦଳ ପାଇଁ ୬ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିବା ବେଳେ ବିସିସିଆଇ ପକ୍ଷରୁ ମଧ୍ୟ ୧.୨୫ କୋଟି ଟଙ୍କା ଘୋଷଣା କରାଯାଇଛି ।

ଦୁବାଇର ହେଲ୍ଥକେୟାର କମ୍ପାନୀ ଭିପିଏସର ଚେୟାରମ୍ୟାନ ଓ ପରିଚାଳନା ନିର୍ଦ୍ଦେଶକ ଶମଶେର କ୍ରୀଡାର ଜଣେ ବଡ ପ୍ରଶଂସକ । ଏହା ସହିତ ଦୁବାଇରେ ଆଇପିଏଲ ସମୟରେ ସମଶେରଙ୍କ କମ୍ପାନୀ ବିସିସିଆଇର ବାୟୋ ବବଲ ଇନଚାର୍ଜ ଭାବରେ କାର୍ଯ୍ୟ କରନ୍ତି । ଶ୍ରୀଜେସଙ୍କ ଚମକ୍ରାରିତା ବଳରେ ଭାରତୀୟ ଦଳ ଦୀର୍ଘ ୪୧ ବର୍ଷ ବ୍ୟବଧାନରେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲରେ ସମର୍ଥ ହୋଇଥିଲା । ବ୍ରୋଞ୍ଜ ପଦକ ମୁକାବିଲାରେ ଜର୍ମାନୀକୁ ୧୩ଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଏଥିରୁ ମାତ୍ର ଗୋଟିଏ ଗୋଲରେ ପରିଣତ ହୋଇଥିଲା । ଭାରତ ଏହି ମ୍ୟାଚକୁ ୫-୪ରେ ଜିତି ଇତିହାସ ରଚିଥିଲା ।

Get real time updates directly on you device, subscribe now.