fbpx

ରୁଦ୍ର:କଥା କମ୍,କାମରେ ବିଶ୍ୱାସ

ଡେଲାଙ୍ଗ:ଡେଲାଙ୍ଗ ବ୍ଲକରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ପୁରୀ ସାଂସଦ ପିନାକୀ ମିଶ୍ର ଓ ପିପିଲି ଡେଲାଙ୍ଗ ନିର୍ବାଚନମଣ୍ଡଳୀରବିଧାୟକ ରୁଦ୍ର୍ରତାପ ମହାରଥି ଉଦଘାଟନ କରିଛନ୍ତି । ସାଂସଦ ଓ ବିଧାୟକ ପ୍ରଥମେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସୁଜନପୁର ଗ୍ରାମ ପଞ୍ଚାୟତର ନବନିର୍ମିତ ମିଶନଶକ୍ତି ଗୃହକୁ ଉଦଘାଟନ କରିଥିଲେ । ପରେ ବ୍ଲକ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ସରକାରୀ ଆବାସିକ ଗୃହ ଓ ମିଶନ ଶକ୍ତି କାଫେ ଉଦଘାଟନ କରିବା ସହ ଜେନାପୁର ଗ୍ରାମ ପଞ୍ଚାୟତସ୍ତରୀୟ ମହିଳା ମହାସଂଘକୁ ନୂତନ ଟ୍ରାକ୍ଟର ପ୍ରଦାନ କରିଥିଲେ । ଏହି ଅବସରରେ ବିଜୁ ପଟ୍ଟନାୟକ
ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ଅଧ୍ୟକ୍ଷତା କରିଥିଲେ । ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସାଂସଦ ଶ୍ରୀ ମିଶ୍ର ,ବିଧାୟକ ଶ୍ରୀ ମହାରଥି ଯୋଗଦେଇ ଡେଲାଙ୍ଗ ବ୍ଲକର ସର୍ବାଙ୍ଗିନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇ ପାରିଲେ ଏହି ଅଞ୍ଚଳର ଉନ୍ନତି ଓ ବିକାଶ ସମ୍ଭବ ହୋଇପାରିବ ବୋଲି କହିଥିଲେ ।

ଜିଲ୍ଲାପରିଷଦ ସଭ୍ୟ ପ୍ରସନ୍ନ ସାହୁ, ସଭ୍ୟା ପ୍ରଜ୍ଞା ଛୋଟରାୟ ଓ ଦିପ୍ତୀଶ୍ରୀ ରାଉତରାୟ ପ୍ରମୁଖ ଯୋଗଦେଇ ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନପ୍ରକଳ୍ପ ଉଦଘାଟନ ହୋଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ । ସାଂସଦ ଶ୍ରୀମିଶ୍ର ମିଶନ ଶକ୍ତି କାଫେକୁ ଉଦଘାଟନ କରିବା ଅବସରରେ ପୁରୀ
ଜିଲ୍ଲାରେ ଯୁବ ବିଧାୟକ ଶ୍ରୀମହାରଥିଙ୍କ ପ୍ରଚେଷ୍ଟାରେ ପିପିଲି ଓ ଡେଲାଙ୍ଗ ବ୍ଲକରେ ଦୁଇଟି ମିଶନ ଶକ୍ତି କାଫେ ସେଣ୍ଟର ଖୋଲିବା ସମ୍ଭବ ହୋଇପାରିଛି ବୋଲି କହିଥିଲେ ।ପୁରୀ ସଂସଦୀୟ କ୍ଷେତ୍ରର ସମୁଦାୟ ୭ଟି ନିର୍ବାଚନ ମଣ୍ଡଳୀ ମଧ୍ୟରେ କେବଳ ପିପିଲି ନିର୍ବାଚନ ମଣ୍ଡଳୀରେ ପ୍ରଥମେ ପିପିଲି ରେ ଓ ପରେ ଡେଲାଙ୍ଗ ବ୍ଲକରେ ମିଶନ ଶକ୍ତି କାଫେ ଖୋଲା ଯାଇଥିବାରୁ ସାଂସଦ ଶ୍ରୀ ମିଶ୍ର ବିଧାୟକ ଶ୍ରୀ ମହାରଥିଙ୍କ ଆନ୍ତରିକତା,କର୍ତ୍ତବ୍ୟନିଷ୍ଠା ଦୃଢ ଇଛାଶକ୍ତିବଳରେ ଏହା ସମ୍ଭବ ହୋଇପାରିଛି ବୋଲି ବୈଠକରେ ମତବ୍ୟକ୍ତ କରିଥିଲେ । ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୬୮ଜଣ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ୧୪ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ସେହିପରି ୫ଟି ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ  ସହାୟତା ରାଶି ଚେକ ଆକାରରେ ପ୍ରଦାନ କରାଯିବା ସହ ୫ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା ।

Get real time updates directly on you device, subscribe now.