fbpx

ଆସନ୍ତାକାଲି ରୁକୁଣା ରଥଯାତ୍ରା, ମୁତୟନ ହେବେ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ

ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର)  : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ରାଜ୍ୟ ସରକାର କଟକଣାକୁ କଡାକଡି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିନା ଭକ୍ତରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏଥିରେ କୌଣସି ଭକ୍ତ ଯୋଗ ଦେଇପାରିବେ ନାହିଁ । କେବଳ ମାତ୍ର ସେବାୟତ ମାନଙ୍କ ଉପସ୍ଥିିତିରେ ଯାତ୍ରା ଆୟୋଜନ ହେବ । ତେବେ ଆସନ୍ତାକାଲି ଦିନ ୧୨ଟାରୁ ସଂଧ୍ୟା ୭ଟା ଯାଏ ଜାରି ହେବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ତେଣୁ ଉକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ ବୋଲି ଘୋଷଣା ହୋଇଛି । ପୁରା ମନ୍ଦିର ପରିସର ଏବଂ ରଥ ପରିସରରେ ୧୪୪ ଧାରା ଲାଗୁ ହେବ । ଏହାକୁ ତଦାରଖ କରିବାକୁ ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବେ ।

Get real time updates directly on you device, subscribe now.