ପ୍ରଭାବ ପକଉଛି ଟ୍ରମ୍ପଙ୍କ ‘ଗ୍ରୀନଲ୍ୟାଣ୍ଡ’ ଜିଦ୍, ଡଲାର ଆଗରେ ମୁଦ୍ରାର ସର୍ବକାଳୀନ ହ୍ରାସ, ଖୁସିର ଗଦ୍ ଗଦ୍ ଆମେରିକା ରାଷ୍ଟ୍ରପତି

Rupee Crashes: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଗ୍ରୀନଲ୍ୟାଣ୍ଡ ଜିଦ’ କେବଳ NATO କିମ୍ବା ଇଉରୋପିୟ ଦେଶଗୁଡ଼ିକୁ ନୁହେଁ, ବରଂ ଭାରତର ଅର୍ଥନୀତି ଓ ମୁଦ୍ରା ବଜାରକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରୁଛି। ବୁଧବାର ଭାରତୀୟ ମୁଦ୍ରା ୨୦୨୬ ବର୍ଷର ସବୁଠାରୁ ବଡ଼ ହ୍ରାସ ଦେଖାଇ ଆମେରିକୀୟ ଡଲାର ଆଗରେ ୭୬ ପଇସା ଖସି ୯୧.୭୩ର ସର୍ବକାଳୀନ ତଳସୀମାରେ ବନ୍ଦ ହୋଇଛି।

ଇଣ୍ଟରବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ ମୁଦ୍ରା ୯୧.୦୫ରେ ଖୋଲିଥିଲା ଏବଂ ବ୍ୟବସାୟ ସମୟରେ ୯୧.୭୪ର ସବୁଠାରୁ ନିମ୍ନ ସ୍ତରକୁ ଖସିଯାଇଥିଲା। ମଙ୍ଗଳବାର ମୁଦ୍ରା ୭ ପଇସା ଖସି ୯୦.୯୭ରେ ବନ୍ଦ ହୋଇଥିଲା। ପୂର୍ବରୁ ଡିସେମ୍ବର ୨୦୨୫ରେ ମୁଦ୍ରା ୯୧.୧୪ର ସର୍ବକାଳୀନ ତଳସୀମା ଛୁଇଁଥିଲା। ଚଳିତ ମାସରେ ଏପର୍ଯ୍ୟନ୍ତ ମୁଦ୍ରା ପ୍ରାୟ ୧.୫୦ ପ୍ରତିଶତ ଦୁର୍ବଳ ହୋଇଛି।

ବିଶେଷଜ୍ଞମାନଙ୍କ ମତାନୁସାରେ, ବିଶ୍ୱ ବଜାରରେ ବଢ଼ୁଥିବା ଅନିଶ୍ଚିତତା, ଭୂ-ରାଜନୈତିକ ଟଣାଓଟରା, ଟ୍ରମ୍ପଙ୍କ କଠୋର ଟାରିଫ୍ ନୀତି ଏବଂ ଗ୍ରୀନଲ୍ୟାଣ୍ଡ ମୁଦ୍ଦାକୁ ନେଇ ଆମେରିକା-ଇଉରୋପ ମଧ୍ୟରେ ଚାପ, ଏ ସବୁ ମୁଦ୍ରା ଉପରେ ଭାରୀ ପଡ଼ୁଛି। ସେଥିସହ ବିଦେଶୀ ନିବେଶକଙ୍କ ଲଗାତାର ବିକ୍ରି ଓ ସ୍ଥାନୀୟ ବ୍ୟବସାୟୀଙ୍କ ଡଲାର ଚାହିଦା ବୃଦ୍ଧି ମଧ୍ୟ ମୁଦ୍ରାକୁ ଦୁର୍ବଳ କରୁଛି।

ଏଥିସହ ବିଦେଶୀ ନିବେଶକଙ୍କ ଲଗାତାର ବିକ୍ରି, ସ୍ଥାନୀୟ ଟ୍ରେଡରମାନଙ୍କ ମଧ୍ୟରେ ଡଲାର ଚାହିଦା ବୃଦ୍ଧି ଓ ଉଦୟମାନ ବଜାରର କରେନ୍ସି ଉପରେ ଚାପ ଏ ସବୁ ମିଶି ରୁପିଆକୁ ଗଭୀର ଭାବେ ପ୍ରଭାବିତ କରୁଛି।