fbpx

ସିଙ୍ଗଲ ଡୋଜ ବିଶିଷ୍ଟ ‘ସ୍ପୁଟନିକ ଲାଇଟ’ ଟୀକାକୁ ଋୁଷିଆର ଅନୁମତି

ନୂଆଦିଲ୍ଲୀ, ୦୫/୦୫: ଆଣ୍ଟି-କୋଭିଡ ଟୀକା ‘ସ୍ପୁଟନିକ ଭି’ ର ଏକ ନୂତନ ସଂସ୍କରଣକୁ ଅନୁମତି ଦେଇଛି ଋଷିଆ । ‘ସ୍ପୁଟନିକ ଲାଇଟ’ ନାମକ ଏହି ଟିକା ୮୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ବୋଲି ଦାବି କରାଯାଇଛି । ଏହି ଟୀକାର କେବଳ ଗୋଟିଏ ମାତ୍ରା ଡୋଜ୍ କୋଭିଡ-୧୯ ରୁ ସୁରକ୍ଷା କରିବାରେ ସକ୍ଷମ ବୋଲି କୁହାଯାଉଛି । ଋୁଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି (ଆରଡିଏଫ୍) ଏକ ବିବୃତ୍ତିରେ କହିଛି ଯେ ଦୁଇ ଡୋଜ ବିଶିଷ୍ଟ ‘ସ୍ପୁଟନିକ ଭି’ ଟୀକା ଅପେକ୍ଷା ଏକକ ଡୋଜ୍ ବିଶିଷ୍ଟ ‘ସ୍ପୁଟନିକ ଲାଇଟ’ ଅଧିକ ପ୍ରଭାବଶାଳୀ । ‘ସ୍ପୁଟନିକ ଭି’ ଦୁଇ ଡୋଜରେ ୯୧.୬ ପ୍ରତିଶତ ପ୍ରଭାବଶାଳୀ ହୋଇଥିବାବେଳେ ‘ସ୍ପୁଟନିକ ଲାଇଟ’ ୭୯.୪ ପ୍ରତିଶତ ପ୍ରଭାବଶାଳୀ ଅଟେ ।
ଫଳାଫଳରେ ଦର୍ଶାଯାଇଛି ଯେ ଏହି ଟିକା ଋୁଷରେ ୫ ଡିସେମ୍ବର ୨୦୨୦ ରୁ ୧୫ ଏପ୍ରିଲ ୨୦୨୧ ମଧ୍ୟରେ ବ୍ୟାପକ ଟୀକାକରଣ ଅଭିଯାନରେ ଦିଆଯାଇଥିଲା, ଏବଂ୨୮ ଦିନ ପରେ ଏହି ତଥ୍ୟ ନିଆଯାଇଥିଲା ।

Get real time updates directly on you device, subscribe now.