fbpx

ଭାରତୀୟ ତୈଳ ବଜାରରେ ଋଷର ନୂଆ ଟ୍ୱିଷ୍ଟ: ସାଉଦି ଆରବକୁ ଏମିତି ପକାଇଲା ପଛରେ

ନୂଆଦିଲ୍ଲୀ: ୟୁକ୍ରେନ ବିପକ୍ଷରେ ଯୁଦ୍ଧ ମଧ୍ୟରେ ଭାରତୀୟ ତୈଳ ବଜାରରେ ଇତିହାସ ରଚିଛି ଋଷ । ଏହାରି ମଧ୍ୟରେ ସାଉଦି ଆରବ ସମେତ ଅନ୍ୟାନ୍ୟ ଓପେକ ଦେଶ ଗୁଡିକୁ ପଛରେ ପକାଇ ଋଷ ନିଜ ରାଜୁତି ଆରମ୍ଭ କରିଛି । ତୈଳ ରପ୍ତାନୀ କ୍ଷେତ୍ରରେ ଏ ସମସ୍ତ ଦେଶକୁ ଅତିକ୍ରମ କରି ମାରିଛି ଏକ ଲଙ୍ଗ ଜମ୍ପ । ଯାହା ଫଳରେ ବଦଳି ଯାଇଛି ଭାରତୀୟ ତୈଳ ବଜାରର ରୂପରେଖ ।

ରିପୋର୍ଟ ଅନୁଯାୟୀ, ଭାରତର ତୈଳ ରପ୍ତାନୀ କ୍ଷେତ୍ରରେ ଗତବର୍ଷ ୨୦୨୧ ପର୍ଯ୍ୟନ୍ତ ସାଉଦି ଆରବ ଏହି ତାଲିକାରେ ରାଜୁତି କରୁଥିଲା । ସବୁଠୁ ବଡ ତୈଳ ରପ୍ତାନିକାରୀମାନଙ୍କ ମଧରେ ଦ୍ୱିତୀୟ ସ୍ଥାନରେ ରହିଥିଲା ସାଉଦି ଆରବ । ତେବେ ଏହି ସମୟରେ ଋଷ ନବମ ସ୍ଥାନରେ ରହିଥିଲା । କିନ୍ତୁ ଚଳିତବର୍ଷ ଫେବୃୟାରୀରୁ ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ଋଷର ତୈଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେଣୁ ଭାରତୀୟ ତୈଳ ବଜାରରେ କିଛି ମାସରୁ ବଡ ପ୍ରତିଯୋଗିତା ଦେଖାଯାଇଛି । ଏଥିରେ ଋଷ ସାଉଦି ଆରବ ଏବଂ ଅନ୍ୟ ଓପେକ ଦେଶ ତୁଳନାରେ ଭାରତକୁ ଶସ୍ତା ତେଲ ବିକ୍ରି କରିଛି ।

ୟୁକ୍ରେନ ବିପକ୍ଷ ଯୁଦ୍ଧ ଯୋଗୁଁ ଭାରତୀୟ ତୈଳ ବଜାରରେ ଋଷକୁ ନିଜ ବ୍ୟସାୟ ବିସ୍ତାର କରିବା ପାଇଁ ଏକ ବଡ ସୁଯୋଗ ମିଳିଲା । ତେବେ ଏହାର ଭରପୂର ଫାଇଦା ଉଠାଇଛି ଋଷ । ଭାରତ ହେଉଛି ବିଶ୍ୱର ବୃହତ୍ତମ ତୈଳ ଆମଦାନୀକାରୀ ଦେଶ । ତେଣୁ ୟୁକ୍ରେନରେ ତୈଳ ପ୍ରତିବନ୍ଧକ ଯୋଗୁଁ ଋଷର ତେଲ ଖୁବ ସହଜରେ ଭାରତୀୟ ତୈଳ ବଜାରରେ ବିକ୍ରି ହୋଇପାରୁଛି ।

ତେବେ ରିପୋର୍ଟ ଅନୁସାରେ ଚଳିତବର୍ଷ ଏପ୍ରିଲରୁ ଜୁନ ମାସରେ ଋଷ ତେଲ ଭାରତରେ କୁବ ଅଧିକ ବିକ୍ରି ହୋଇଛି । ଏପରିକି ଏହି ଲିଷ୍ଟରେ ସାଉଦି ଆରବ ମଧ୍ୟ ଖୁବ ପଛରେ ପଡିଯାଇଛି । ତେବେ ଗତ ମେ ମାସରେ ଋଷ ତେଲ ଭାରତକୁ ବ୍ୟାରେଲ ପିଛା ୧୯ ଡଲାର ରିହାତି ମିଳୁଥିଲା । କିନ୍ତୁ ଜୁନ ମାସରେ ସାଉଦି ଆରବକୁ ଅତିକ୍ରମ କରି ଭାରତର ଦ୍ୱିତୀୟ ସର୍ବାଧିକ ତେଲ ସପ୍ଲାୟର ପାଲଟିଯାଇଛି ଋଷ । ଏହି ତାଲିକାରେ କେବଳ ଇରାକ ହିଁ ଋଷ ଉପରେ ରହିଛି ।

Get real time updates directly on you device, subscribe now.