ବଢୁଛି ଯୁଦ୍ଧ; ଲକ୍ଷାଧିକ ଲୋକଙ୍କ ଜୀବନ ଯାଉଛି, ଏହା ଭିତରେ ପୁଣି ଯୁଦ୍ଧ କରିବେ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ…

କେବେ ଥମିବ ରୁଷିଆ-ୟୁକ୍ରେନ ଯୁଦ୍ଧ...

ଓଡିଶା ଭାସ୍କର: ୩୦୦ ଡ୍ରୋନ ଯୋଗେ ଆକ୍ରମଣ କରିଥିଲା ରୁଷିଆ । ୩୭ ଟି ସ୍ୱତନ୍ତ୍ର ମିଶାଇଲ ୟୁକ୍ରେନ ଉପରେ ପକାଇଥିଲେ ରୁଷୀୟ ସୈନ୍ୟ ଗୋଟିଏ ପଟେ ଯୁଦ୍ଧ ପରିସ୍ଥିତି ବଢିଚାଲିଛି ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ପ୍ରୟାସ କରିବେ ବୋଲି ପୁଣି କହିଛନ୍ତି । ସେ ୟୁକ୍ରେନ ଗସ୍ତ କରି ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଥିଲେ । ଦୁହିଁଙ୍କ ଭିତରେ ଅନେକ ସମୟ ଧରି ଆଲୋଚନା କରାଯାଇଥିଲା ।

ଅନ୍ୟପଟେ ରୁଷିଆ ମଧ୍ୟ କିଛି ଦିନ ତଳେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ବିଷୟରେ ସ୍ପଷ୍ଟ କରିଛି । ଏହାଛଡା ରଷିଆ ସେନା ୟୁକ୍ରେନ କବଜା କରିଥିବା ଅଁଚଳରୁ ସମସ୍ତ ସେନାକୁ ବାହାର କରି ଦେଇଛି ।

ୟୁକ୍ରେନର ଶକ୍ତିମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଥିବା ବିଦ୍ୟୁତ ଭିତ୍ତିଭୂମି ଗୁଡିକୁ ଟାର୍ଗେଟ କରି ରୁଷିଆ ଆକ୍ରମଣ କରିଥିଲା ବୋଲି ଜଣାପଡିଛି । ଫଳରେ ୟୁକ୍ରେନର ଅଧା ଅଁଚଳରେ ବିଦ୍ୟୁଚ ଯୋଗାଣ ବନ୍ଦ ହୋଇ ଯାଇଥିଲା ।

ଦୀର୍ଘ ଦିନର ଲଢେଇ ଭିତରେ ରୁଷିଆ ୟୁକ୍ରେନର ୧୯୩୦ ସ୍କୋୟାର ମାଇଲ ବା ୫ହଜାର ସ୍କୋୟାର କିଲୋମିଟରକୁ କବଜା କରିପାରିଛି । ତେବେନ ଏହାରି ଭିତରେ ଏବେ ବି ଦୁଇ ଦେଶ ଭିତରେ ଲଢେଇ ଜାରି ରହିଛି ।

ସୂଚନାଯୋଗ୍ୟ ଯେ ଦୁଇ ବର୍ଷରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ଦୁଇ ଦେଶ ବିତରେ ଯୁଦ୍ଧ ବନ୍ଦ ହେବାର ନା ଧରୁନି ।ଏହାର ପ୍ରଭାବରେ ବିଶେଷ ଭାବେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି ।