fbpx

Russia Ukraine war:ହାର ମାନି ଯିବ ରୁଷ! ଯୁଦ୍ଧରେ ବିଜୟୀ ହେବ ୟୁକ୍ରେନ?

ନୂଆଦିଲ୍ଲୀ: ରଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ୮ ମାସ ହେବା ଜାରି ରହିଛି । ଫେବୃଆରୀ ମାସରୁ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ୨୪୦ ଦିନ ପୁରା କରିବ । ୟୁକ୍ରେନ ଠାରୁ ଅତ୍ୟନ୍ତ ଶକ୍ତିଶାଳୀ ଦେଶ ହେଉଛି ଋଷ । ଏହା ପରିବର୍ତେ ରଷ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ଋଷକୁ ବହୁତ କ୍ଷତି ସହିବାକୁ ପଡିଛି । ଏହା ସହ ଋଷ ରାଷ୍ଟ୍ରପତି ପୁଟିନ ଆର୍ମିରେ ନୂଆ ସୈନ୍ୟ ଭର୍ତ୍ତି କରିବା ପାଇଁ ଆଦେଶ ଦେଇଥିଲେ। ହେଲେ ଏହା ଶୁଣି ଦେଶବାସୀ ବର୍ତ୍ତମାନ ଦେଶ ଛାଡିବା ଆରମ୍ଭ କରିଛନ୍ତି । ବିଶେଷ କରି ଅଧିକ ଯୁବକମାନେ ଦେଶ ଛାଡୁଛନ୍ତି । ୟୁକ୍ରେନର ୪ ଟି ସ୍ଥାନରେ ଆକ୍ରମଣ କରି ପରାସ୍ତ ହୋଇଛି ଋଷ । ଏହା ସହ ଋଷ ବାସିନ୍ଦା ଋଷ ଏପରି ବାରମ୍ବାର ପରାସ୍ତ ହେବା ଦେଖି ଭବିଷ୍ୟତରେ ଋଷ ପରିସ୍ଥିତି କଣ ହେବ ତାହାକୁ ନେଇ ଆଶା ଆଶଙ୍କାରେ ବୁଡି ରହିଛନ୍ତି । ତେବେ ଏପରି ସ୍ଥିତି ଦେଖି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିରାଶ ହୋଇଛନ୍ତି ଏବଂ ଯୁଦ୍ଧରେ ଋଷ ପରାଜୟ ଆଡକୁ ଗତି କରୁଛି ବୋଲି ଅନୁଭବ କରୁଛନ୍ତି ।

ତେବେ ଆସନ୍ତୁ ଜାଣିବା କଣ ଯୁଦ୍ଧରେ ବିଜୟୀ ହେବ ୟୁକ୍ରେନ?
ଋଷରେ ଦିନକୁ ଦିନ ସେନା ଏବଂତ୍ ଅସ୍ତ୍ରଶସ୍ତ୍ର କମିବାରେ ଲାଗିଛି । ଏହା ସହ ଫାଇଟର ଜେଟ ବା ଯୁଦ୍ଧ ବିମାନ ଗୁଡିକ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହେଉଛି ଏବୁଂ ବୈଦେଶିକ ମୁଦ୍ରାରେ ଅନିଶ୍ଚିତତା ଆଡକୁ ଗତି କରୁଛି ଋଷ । ଏହି ସମୟରେ, ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହେବାକୁ ଯାଉଛି । ଯାହା ଦ୍ୱାରା ଯୁଦ୍ଧ ପରିସ୍ଥିତି ଆହୁରି କଷ୍ଟସାଧ୍ୟ ହେବ ବୋଲି ଆଶଙ୍କା କରାଯାଉଛି । ୟୁକ୍ରେନ ସୈନ୍ୟବାହିନୀ କଡା ଜବାବ ଦେବା ଆରମ୍ଭ କରିଛନ୍ତି । ଏ ସବୁକୁ ନଜରରେ ରଖି ବିଷ୍ଲେଶକ ମାନେ ମଧ୍ୟ ୟୁକ୍ରେନ ସପକ୍ଷରେ ମତ ଦେଲେଣି ଏବଂ ୟୁକ୍ରେନ ବିଜୟ ପାଇଁ ପ୍ରତିଦ୍ୱନ୍ଦ୍ୱୀ ବୋଲି କହିବା ଆରମ୍ଭ କରିଛନ୍ତି ।

ଋଷ ଯୁଦ୍ଧ ହାରିଲେ କଣ କ୍ଷତି ହେବ?
ଆନ୍ତଃଜାତୀୟ ଗଣମାଧ୍ୟମ ସୂଚନାଅନୁାୟୀ, ଯଦି ଋଷ ଯୁଦ୍ଧରେ ପରାସ୍ତ ହୁଏ ତେବେ ପୁଟିନ ସତ୍ତା ହରାଇବା ସହ ଋଷର ବିଭାଜନ ହୋଇଯିବ । ଏହା ସହ ନାଟୋ ଏବଂ ଚୀନ୍ ମଧ୍ୟରେ ବିବାଦ ଆରମ୍ଭ ହେବ ।

Get real time updates directly on you device, subscribe now.