fbpx

ମେଟାକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କଲେ ରୁଷ ସରକାର: ଲଗାଇଲେ ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ସୋସିଆଲ ମିଡିଆ କମ୍ପାନୀ ମେଟାକୁ ଆତଙ୍କବାଦୀ ଓ ଉଗ୍ରବାଦୀ ସଙ୍ଗଠନ ବୋଲି ଘୋଷଣା କରିଛି ରୁଷ । ସମାଚାର ଏଜେନ୍ସି ରଏଟର୍ସ ନିଜର ରିପୋର୍ଟରେ ଏହି ସୂଚନା ଦେଇଛି ଏବଂ କହିଛି ଯେ, ୟୁକ୍ରେନକୁ ସୋସିଆଲ ମିଡିଆରେ ମିଳୁଥିବା ସମର୍ଥନ ଯୋଗୁଁ ରୁଷ ଅସନ୍ତୁଷ୍ଟ ହେଉଛି ।

ବର୍ଷର ଆରମ୍ଭରେ ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ କରିବା ପରେ ମାର୍ଚ୍ଚରେ ରୁଷ ସରକାର ନିଜ ନାଗରିକଙ୍କ ଫେସବୁକ୍, ଇନଷ୍ଟାଗ୍ରାମ ଓ ଟ୍ୱିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ଲକ୍ କରିଥିଲେ । ଏବେ ମସ୍କୋର ଏକ କୋର୍ଟ ମାର୍କ ଜୁକରଗର୍ବଙ୍କ କମ୍ପାନୀ ମେଟାକୁ ଉଗ୍ରବାଦୀଙ୍କ କାର୍ଯ୍ୟକଳାପରେ ଜଡ଼ିତ ଥିବା ଦାବି କରିଛନ୍ତି ।

ମସ୍କୋର ଅଦାଲତ କହିଛନ୍ତି ଯେ, ମେଟାର ପ୍ଲାଟଫର୍ମରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଏପରି ବିଷୟବସ୍ତୁ ସେୟାର ଅନୁମତି ଦିଆଯାଉଛି, ଯାହା ରୁଷର ଲୋକଙ୍କ ପ୍ରତି ହିଂସାକୁ ପ୍ରୋତ୍ସାହିତ କରୁଛି । ରୁଷ କହିଛି ଯେ, ମେଟା ୟୁକ୍ରେନରେ ଏପରି କରୁଛି ଏବଂ ଭାବନାକୁ ଉସୁକାଇଲା ଭଳି କାମ କରୁଛି ।

ଅନ୍ୟପଟେ ସୋସିଆଲ ମିଡିଆ କମ୍ପାନୀର ଓକିଲ ଏହି ଅଭିଯୋଗକୁ ଖଣ୍ଡନ କରି କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କ କମ୍ପାନୀ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପର ଅଂଶ ହୋଇନାହିଁ । ଓକିଲ କହିଛନ୍ତି ଯେ, ଯେଉଁମାନେ ରୁଷ ବିରୋଧରେ ଘୃଣା କିମ୍ବା ଭୟ ବିସ୍ତାର କରୁଥିବା ଲୋକଙ୍କୁ ମେଟା କେବେବି ସମର୍ଥନ କରେନି ।

ତେବେ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ ହେବା ସହିତ ସୋସିଆଲ ମିଡିଆକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା ରୁଷ । ପ୍ରକୃତରେ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ୟୁକ୍ରେନ ପାଇଁ ବହୁତ ସମର୍ଥନ ଥିଲା । ଏହି କାରଣରୁ ରୁଷ ଏହି ପ୍ଲାଟଫର୍ମଗୁଡିକୁ ବ୍ୟାନ୍ କରିଛି । ଏହା ପରେ ସୋସିଆଲ ପ୍ଲାଟଫର୍ମଗୁଡିକ ମଧ୍ୟ ରୁଷ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ପୋଷ୍ଟ ଏବଂ ମିଡିଆକୁ ବ୍ଲକ୍ କରିବା ଆରମ୍ଭ କରିଥିଲେ ।

Get real time updates directly on you device, subscribe now.