fbpx

କେବଳ ନରସଂହାର ନୁହେଁ, ୟୁକ୍ରେନବାସୀଙ୍କୁ ଦୁଷ୍କର୍ମ ପାଇଁ ନିଜ ସେନାକୁ ଭାଏଗ୍ରା ଦେଉଛି ରୁଷ

ନୂଆଦିଲ୍ଲୀ: ୟୁକ୍ରେନରେ କେବଳ ନରସଂହାର କରୁନି ରୁଷ ସେନା ବରଂ ମହିଳାଙ୍କ ଗଣଦୁଷ୍କର୍ମ ବି କରୁଛି। ଏଥିପାଇଁ ନିଜର ସେନାକୁ ଯୌନ ଉତ୍ତେଜନକାରୀ ମେଡିସିନ ଭାଏଗ୍ରା ଯୋଗାଉଛି ରୁଷ ସରକାର। ଏମିତି ଚାଞ୍ଚଲ୍ୟକର ଦାବି କରିଛି ମିଳିତ ଜାତିସଂଘ। ସମାଚାର ଏଜେନ୍ସି ଏଏଫପିକୁ ଦେଇଥିବା ସାକ୍ଷାତକାରରେ ପ୍ରମିଳା ପାଟନ ଏମିତି ଅନେକ ଖୁଲାସା କରିଛନ୍ତି। ତାଙ୍କ ଦାବି ଅନୁଯାୟୀ, ରୁଷ ସୈନିକ କେବଳ ମହିଳା ନୁହେଁ ବରଂ ଛୋଟ ପିଲା ଏବଂ ପୁରୁଷଙ୍କ ମଧ୍ୟ ଯୌନ ଉତ୍ପୀଡନ କରୁଛନ୍ତି। ଦୁଷ୍କର୍ମର ଶିକାର ଲୋକଙ୍କ ବୟସ ୪ରୁ ୮୨ ବର୍ଷ ମଧ୍ୟରେ ହେବ। ଅର୍ଥାତ ରୁଷ ସେନା ସବୁ ବର୍ଗର ପୁରୁଷ ଏବଂ ମହିଳାଙ୍କ ସହ ଯୌନ ଶୋଷଣ କରୁଛି।

ସେପ୍ଟେମ୍ବରରେ ଜାରି ମିଳିତ ଜାତିସଂଘର ଏକ ରିପୋର୍ଟର ଦ୍ଵାହି ଦେଇ ପ୍ରମିଳା ପାଟନ କହିଛନ୍ତି, ଯୁଦ୍ଧ ବଢିବା ସହିତ ୟୁକ୍ରେନବାସୀଙ୍କ ପ୍ରତି ରୁଷ ସେନାର ଦୁଷ୍କର୍ମ ଏବଂ ଯୌନ ହିଂସା ବଢିବାରେ ଲାଗିଛି। ପୀଡିତଙ୍କ ମଧ୍ୟରେ କେବଳ ମହିଳା କି ଯୁବତୀ ନୁହନ୍ତି ବରଂ ପୁରୁଷ ଏବଂ ଛୋଟ ପିଲା ବି ସାମିଲ୍। ମହିଳାଙ୍କୁ ଦୀର୍ଘ ଦିନ ନିଜ ଶିବିରରେ ରଖିଲେ ତାଙ୍କର ଦୁଷ୍କର୍ମ କରୁଛନ୍ତି ରୁଷ ସେନା। ଏମିତି ହୀନ କାମ କରିବା ପୂର୍ବରୁ ରୁଷ ସେନା ଭାଏଗ୍ରା ସେବନ କରୁଥିବା ପୀଡିତମାନେ ସାକ୍ଷ୍ୟ ଦେଇଥିବା ପ୍ରମିଳା ପାଟନ କହିଛନ୍ତି।

ରିପୋର୍ଟରେ ରୁଷ ସୈନିକଙ୍କ ଏମିତି କଦର୍ଯ୍ୟ କାମର ଖୁଲାସା ହୋଇଛି। ସେମାନେ ସଡକରେ କେବଳ ଧ୍ଵଂସର ତାଣ୍ଡବ ରଚୁ ନାହାନ୍ତି ବରଂ ନାଗରିକଙ୍କ ସହିତ ଯୌନ ହିଂସା ବି କରୁଛନ୍ତି। ଏକତ୍ରିତ ସାକ୍ଷ୍ୟ ପ୍ରମାଣ ଅନୁସାରେ ସେମାନେ କୌଣସି ବର୍ଗର ମହିଳା ଏବଂ ଯୁବତୀଙ୍କୁ ଛାଡୁ ନାହାନ୍ତି। ଅନ୍ୟପଟେ ୟୁକ୍ରେନ ନାଗରିକଙ୍କ ପ୍ରତି ନିଜ ସୈନିକଙ୍କ ଏମିତି କାର୍ଯ୍ୟକୁ ଖଣ୍ଡନ କରିଛି ରୁଷ। ପୁଟିନ୍ ସରକାର କହିଛନ୍ତି ଯେ, ତାଙ୍କ ସେନା ବିରୋଧରେ ପ୍ରଚାର କରାଯାଉଛି। ତାଙ୍କ ସେନା କେବଳ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଦିଗରେ ଧ୍ୟାନ ଦେଉଛନ୍ତି।

Get real time updates directly on you device, subscribe now.