fbpx

ଗାଏକ୍ୱାଡଙ୍କ ଲଢୁଆ ଅର୍ଦ୍ଧଶତକ: ମୁମ୍ବାଇ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତେ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୫୭ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଚେନ୍ନାଇ ସୁପର କିଙ୍ଗସ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୫୬ ରନ ସଂଗ୍ରହ କରିଥିଲା । ଓପ୍ନର ଋତୁରାଜ ଗାଏକ୍ୱାଡ ଲଢୁଆ ଅର୍ଦ୍ଧଶତକ ସହିତ ୮୮ ରନ କରି ଶେଷ ଯାଏଁ ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା୨୬ ଏବଂ ଡ୍ୱେନ୍ ବ୍ରାଭୋ ୨୩ ରନର ଇନିଂସ ଖେଳିଥିଲେ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପ୍ରଥମ ଓଭରରେ ଫାଫ ଡୁପ୍ଲେସିସଙ୍କ ୱିକେଟ ହରାଇଥିଲା । ପରବର୍ତ୍ତୀ ୪ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ । ୭ ରନରେ ୩ଟି ଓ ୨୪ ରନରେ ୪ଟି ୱିକେଟ ହରାଇ ଦଳ ସଙ୍କଟରେ ପଡିଥିଲା । ତେବେ ଗାଏକ୍ୱାଡ(୮୮) ଓ ଜାଡେଜା(୨୬)ଙ୍କ ମଧ୍ୟରେ ୮୧ ରନର ଭାଗିଦାରୀ ହେବା ସହିତ ସଙ୍କଟରୁ ଉଦ୍ଧାର କରିଥିଲେ । ଋତୁରାଜ ଗାଏକ୍ୱାଡ ୫୮ଟି ବଲରୁ ୯ ଚୌକା ଓ ୪ ଛକା ସହିତ ୮୮ ରନ କରି ଶେଷ ଯାଏଁ ଅପରାଜିତ ରହିଥିଲେ । ରବୀନ୍ଦ୍ର ଜାଡେଜା ୩୩ ବଲରୁ ୧ ଚୌକା ସହିତ ୨୬ ରନ କରିଥିଲେ । ଶେଷ ଆଡକୁ ଡ୍ୱେନ ବ୍ରାଭୋ ୩ଟି ଛକା ସହିତ ୨୩ ରନ ସଂଗ୍ରହ କରିଥିଲା । ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ ଏବଂ ଜସପ୍ରୀତ ବୁମରା ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଦୁଇ ସ୍ପିନର ୱିକେଟଶୂନ୍ୟ ରହିଥିଲେ ।

Get real time updates directly on you device, subscribe now.