fbpx

କାଲି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବାହାଘର

ଭୁବନେଶ୍ୱର,୨୮ ।୨(ଓଡିଶା ଭାସ୍କର): ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ଆସନ୍ତାକାଲି ବାହାହେବେ ଅଭିନେତା ସବ୍ୟସାଚୀ ମହାନ୍ତି । ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ସେମାନଙ୍କର ବାହାଘର ହେବ । ଏନେଇ ସୋସିଆଲ ମିଡିଆରେ ଉଭୟ ସୂଚନା ଦେଇଛନ୍ତି । ପୂର୍ବରୁ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ନିର୍ବନ୍ଧ ସରିଛି ।

ତେବେ ନିଜର ରିଲ ଲାଇଫରେ ସବ୍ୟସାଚୀ ଯେମିତି ଦମଦାର ଅଭିନୟ କରିଥିଲେ ଠିକ ସେହିପରି ଅନେକ ଭଲ କାମ କରି ସେ ଏବେ ସମସ୍ତଙ୍କ ପାଇଁ ବାସ୍ତବ ଜୀବନର ହିରୋ ହୋଇଛନ୍ତି । ସବ୍ୟଙ୍କ ପରି ଜଣେ ପୁଅ ପାଇ ଆଜି ସାରା ଓଡିଶା ଗର୍ବ ଅନୁଭବ କରୁଛନ୍ତି । ଅସୁବିଧାରେ ପଡିଥିବା ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିବା ପାଇଁ ସବ୍ୟ ଏବେ ଆଗେଇ ଆସି ତାଙ୍କ ପାଇଁ ଭଗବାନ ପାଲଟି ଯାଉଛନ୍ତି ।

୧୯୮୫ ମସିହା ଅକ୍ଟୋବର ୬ ତାରିଖରେ ଜନ୍ମ ହୋଇଥିବା ସବ୍ୟ ଓଡ଼ିଆ , ବଙ୍ଗାଳୀ , ଏବଂ ତେଲୁଗୁ ଫିଲ୍ମରେ ସେ କାମ କରି ସାରିଛନ୍ତି । ୨୦୦୭ ମସିହାରେ ରିଲିଜ୍ ହୋଇ ଥିବା ଫିଲ୍ମ ପାଗଳ ପ୍ରେମୀରୁ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏବଂ ପରେ ସବ୍ୟସଚୀ ମିଶ୍ର ଜଣେ ଆଲବମ୍ ଜଗତର ଲୋକ ପ୍ରିୟ ଅଭିନେତା ଭାବେ ପରିଚିତ ହେଲେ । ଅନେକ ହିଟ୍ ଆଲବମ୍ ଦେଇ ସେ ସେହି ସମୟରେ ବହୁତ ପ୍ରଶଂସା ସାଉଣ୍ଟିଛନ୍ତି । ଅର୍ଚ୍ଚିତାଙ୍କ ସହ ସପନର ସୌଦାଗର ସିନେମା ପ୍ରଥମ ସିନେମା ଥିଲା । ଏହି ସିନେମାର ଗୀତକୁ ଲୋକ ମାନଙ୍କର ମନକୁ ଛୁଇଁଥିଲା ।

Get real time updates directly on you device, subscribe now.