fbpx

କରୋନା କାଳରେ ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛି ସବ୍ୟଙ୍କ ‘ସ୍ମାଇଲ୍ ପ୍ଲିଜ୍’, ଦେଖନ୍ତୁ କିପରି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ଏବେବି ଜାରି ରହିଥିବା ବେଳେ ସାଧାରଣ ଲୋକଙ୍କ ଦୁଃଖ କହିଲେ ନସରେ । କରୋନାରେ ଆକ୍ରାନ୍ତ ହେବା ପରେ ଖାଇବା, ପିଇବା ଓ ଚଳିବା ନେଇ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ଭୁଖୀନ ହେଉଛନ୍ତି । ସେଥିରେ ଲକଡାଉନ୍ ଓ ସଟଡାଉନ ସେମାନଙ୍କ ଦୁଃଖକୁ ଆହୁରି ଦ୍ୱିଗୁଣିତ କରିଛି । ଏଭଳି ପରିସ୍ଥିତିରେ ହୋମ୍ କ୍ୱାରେଣ୍ଟାଇନ ଓ ଆକ୍ରାନ୍ତ ଲୋକଙ୍କୁ ସାହର୍ଯ୍ୟ ପାଇଁ ଅଣ୍ଟା ଭିଡିଛି ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ‘ସ୍ମାଇଲ ପ୍ଲିଜ୍’ ।

ସବ୍ୟଙ୍କ ଏହି ‘ସ୍ମାଇଲ ପ୍ଲିଜ୍’ ର ସ୍ମାଇଲ ଫୋର୍ସ ଭଲେଣ୍ଟର ଭାବେ ଅନେକ ଯୁବତୀ ଆକ୍ରାନ୍ତମାନଙ୍କ ପାଖରେ ମାଗଣାରେ ଖାଦ୍ୟ ପହଞ୍ଚାଇବାକୁ ନିରନ୍ତର ଭାବେ କାର୍ଯ୍ୟ କରିଚାଲିଛନ୍ତି । ଝିଅ ହେଇବି ସେମାନେ ପୁଅମାନଙ୍କ ଭଳି କଷ୍ଟ କାମକୁ ଖୁସି ଖୁସିରେ ଆଦରି ନେଇଛନ୍ତି । ଦିନ ଓ ରାତିର ଖାଇବା ସହ ସେମାନେ ଆକ୍ରାନ୍ତଙ୍କ ପାଖରେ ମେଡିସିନ୍ ମଧ୍ୟ ପହଞ୍ଚାଉଛନ୍ତି । ଏଥିପାଇଁ ଯୁବତୀମାନଙ୍କୁ ନବବିବାହିତ ଯୋଡି ସବ୍ୟ ଓ ଅର୍ଚ୍ଚିତା ବେଶ ପ୍ରୋତ୍ସାହିତ କରିଛନ୍ତି । ରଜରେ ବି ଆକ୍ରାନ୍ତମାନଙ୍କୁ ଖାଦ୍ୟ ସହ ରଜ ପାନ ଓ ପିଠା ଦିଆଯାଇଥିଲା । ତେବେ ଆସନ୍ତୁ ଦେଖିବା ସ୍ମାଇଲ ପ୍ଲିଜର ଭଲେଣ୍ଟରମାନେ କିପରି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଓ କିଭଳି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି….

Get real time updates directly on you device, subscribe now.